କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ମୃତ୍ୟୁ
Madhya Pradesh News: ପୁଣି କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଦୁଃଖଦ ଖବର । ଆଖି ବୁଜିଲା ଆଉ ଏକ ଚିତା । ଚିତା ଶୌର୍ୟର ଏଠାରେ ମୃତ୍ୟୁ ହୋଇଛି । କୁନୋରେ ଏପର୍ଯ୍ୟନ୍ତ ଦଶଟି ଚିତାବାଘଙ୍କର ମୃତ୍ୟୁ ହୋଇ ସାରିଲାଣି, ଯେଉଁଥିରେ ସାତଟି ଚିତାବାଘ ଏବଂ ତିନିଟି ଶାବକ ରହିଛନ୍ତି । ସୂଚନା ଅନୁସାରେ ଆଜି ଦିନ ପ୍ରାୟ 3.15 ସମୟରେ ଚିତାର ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

ସୂଚନାଥାଉ ଯେ, ଜାନୁଆରୀ ୩ ତାରିଖରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ 3ଟି ଚିତା ଶାବକଙ୍କ ଜନ୍ମ ହୋଇଥିଲା । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ,୧୭ ସେପ୍ଟେମ୍ବର ୨୦୨୨ରେ, ନାମିବିଆରୁ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ଛଡା ଯାଇଥିଲା । ଏହା ପରେ, ଫେବୃଆରୀ ୧୮ରେ, ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ ଆଣାଯାଇଥିଲା । ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରୁ ଚିତା ଆଣିବାର କାରଣ ଏହି ପ୍ରଜାତିଗୁଡିକୁ ବିଲୁପ୍ତରୁ ରକ୍ଷା କରିବା ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବା ।












Click it and Unblock the Notifications