ଛତିଶଗଡ଼ ବିଜାପୁରରେ ପୁଣି ଏନ୍କାଉଣ୍ଟର: ଆଉ ୩ ମାଓବାଦୀ ନିହତ
ଛତିଶଗଡ଼ରେ ପୁଣି ଏକ ବଡ଼ ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟରରେ ଆଉ ୩ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। କାଲି ୧୨ ମାଓବାଦୀ ନିହତ ହୋଇଥିଲେ, ତେବେ ଆଜିକୁ ମିଶାଇ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଜାରି ରହିଛି ଅପରେସନ।

ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ଛତିଶଗଡର ବିଜାପୁରରେ ଗତକାଲି ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା। ଏଥିରେ ୬ ନକ୍ସଲ ନିହତ ହୋଇଥିବା ବେଳେ ଦୁଇ ଯବାନ ସହିଦ ହୋଇଥିଲେ । ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏହି ଭୟଙ୍କର ଏନକାଉଣ୍ଟର ହେଉଛି । ଏନକାଉଣ୍ଟରରେ ଛଅ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ଦୁଇ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି ।
ଦାନ୍ତେୱାଡା ଡିଆଇଜି କମଳଲୋଚନ କଶ୍ୟପ କହିଛନ୍ତି ଯେ, ଗତ ଦୁଇ ଘଣ୍ଟା ଧରି ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏପର୍ଯ୍ୟନ୍ତ ୬ଜଣ ମାଓବାଦୀ ନିହତ ହୋଇଛନ୍ତି, ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।












Click it and Unblock the Notifications