ରାଜସ୍ଥାନରେ ପୁଣି ଭୂମିକମ୍ପ

ଜୟପୁର: ରାଜସ୍ଥାନ ବିକାନେରରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହାସହିତ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ତୀବ୍ରତା ରହିଥିଲା ।
ଏହି ଭୂମିକମ୍ପରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଗତ ମଙ୍ଗଳବାର ଏଠାରେ ଅନୁଭୂତ ହୋଇଥିବା ଭୂମିକମ୍ପର ପ୍ରଭାବ ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର , ହିମାଚଳପ୍ରଦେଶ ମଧ୍ୟପ୍ରଦେଶ, ଉତତ୍ତରାଖଣ୍ଡ ସମେତ ପୁରା ଉତ୍ତର ଭାରତରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଆଫଗାନୀସ୍ତାନର ହିନ୍ଦୁକୁଶଠାରେ ହୋଇଥିଲା ।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଉତ୍ତରପ୍ରଦେଶ, ହିମାଚଳ, ଉତ୍ତର-ପୂର୍ବ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଚାରି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରେ ମାପ କରାଯାଇଥିଲା ।












Click it and Unblock the Notifications