ବଢ଼ିଲା ଟିଏମସି ସରକାରଙ୍କ ଅଡ଼ୁଆ, ମମତାଙ୍କ ନାଁରେ ଆସିଲା ସଂଗୀନ ଅଭିଯୋଗ
କୋଲକାତା : କୋଲକାତା ଆରଜି କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ଏପଟେ ଏହି ହତ୍ୟା ମାମଲାରେ ସାରା ଦେଶରେ ଏବେ ପ୍ରଦର୍ଶନ କରୁଛନ୍ତି ଜନତା । ଅନ୍ୟପଟେ ଏହି ଘଟଣାକୁ ନେଇ ମମତା ସରକାର ମଧ୍ୟ ପଡ଼ିଛନ୍ତି ଅଡ଼ୁଆରେ । ଏବେ କୋଲକାତାର ଅନ୍ୟ ମେଡିକାଲ କଲେଜଗୁଡିକ ମଧ୍ୟ ମମତାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଛାତ୍ର ଦାବି କରିଛନ୍ତି କି, ତାଙ୍କୁ ଟିଏମସିରେ ଯୋଗ ଦେବାକୁ ଚାପ ପକା ଯାଉଥିଲା। ଛାତ୍ରଜଣକ ନିଜ ଅଭିଯୋଗରେ ୪ଜଣ ପ୍ରଫେସରଙ୍କ ନାଁ କହିବା ସହ ବିଶ୍ୱବିଦ୍ୟାଳୟର ଏକାଡେମିକ ହେଡ୍ଙ୍କୁ ନେଇ ମଧ୍ୟ ସାଂଘାତିକ ଅଭିଯୋଗ କରିଛନ୍ତି। ଏକାଡେମିକ୍ ମୁଖ୍ୟ ୪ ପ୍ରଫେସରଙ୍କ ଦୋଷ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ତେବେ ଛାତ୍ରଙ୍କ ଅଭିଯୋଗ ପରେ ମେଡିକାଲ କଲେଜର ମୁଖ୍ୟଙ୍କୁ ହଟାଇ ଦିଆଯଇଛି।

ରିପୋର୍ଟ ଅନୁସାରେ,ଛାତ୍ରଙ୍କୁ ଟିଏମସିରେ ଯୋଗ ଦେବା ପାଇଁ ଚାପ ପକାଯାଇଛି। ଦଳରେ ଯୋଗ ନ ଦେଲେ ତାଙ୍କୁ ହଷ୍ଟେଲରେ ରହିବାକୁ ମିଳିବ ନାହିଁ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ସୂଚନା ମିଳିଛି କି, କଲେଜର ୪ଜଣ ପ୍ରଫେସର ମେଡିକାଲ ଛାତ୍ରଙ୍କୁ ଧମକ ଦେଇଥିଲେ କି, କଥା ନ ମାନିଲେ ତାଙ୍କୁ ଫେଲ୍ କରାଯିବ। ଟିଏମସିରେ ସାମିଲ୍ ହେଲେ ତାଙ୍କୁ ଲାଭ ମିଳିବ। ତେବେ ଏହାକୁ ନେଇ ମେଡିକାଲ ଛାତ୍ରଜଣକ ଏକାଡେମିକ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତାଙ୍କ ଅଭିଯୋଗନୁସାରେ ଯାଞ୍ଚ କମିଟି ଗଠନ କରାଯାଇଛି। ମାମଲାକୁ ଆଧାର କରି କଲେଜ ପରିଷଦ ଏକାଡେମିକ ମୁଖ୍ୟଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି।












Click it and Unblock the Notifications