ଅମୃପାଲଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ, ୪ ସହଯୋଗୀଙ୍କୁ ପଞ୍ଜାବରୁ ଆସାମକୁ ସ୍ଥାନାନ୍ତର

ଅମୃତପାଲ ସିଂଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ସୁରକ୍ଷାକୁ ଏବଂ ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅମୃତପାଲଙ୍କ ୪ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସାମର ଦିବ୍ରୁଗଡକୁ ସ୍ଥାନାନ୍ତର କରାଯାଇଛି ।

Amritpal Singh

ପଞ୍ଜାବ: ଅମୃତପାଲ ସିଂଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଅମୃତପାଲ ସିଂ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଉ ଏକ ନୂଆ ମାମଲା ରୁଜୁ କରାଯାଇଛି । ପଳାତକ ଘୋଷଣା କରାଯିବା ପରେ ଏବଂ ଅମୃତପାଲଙ୍କୁ ଧରିବା ପାଇଁ ପୋଲିସ ଆଲର୍ଟ ରହିବା ସହ ରାଜ୍ୟର ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ସୁରକ୍ଷାକୁ ଏବଂ ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅମୃତପାଲଙ୍କ ୪ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସାମର ଦିବ୍ରୁଗଡକୁ ସ୍ଥାନାନ୍ତର କରାଯାଇଛି । ଆଇଜି ଜେଲ୍ ସମେତ ପଞ୍ଜାବ ପୋଲିସ ୨୭ ଜଣିଆ ଟିମ୍ ଅଭିଯୁକ୍ତଙ୍କୁ ଦିବ୍ରୁଗଡର ସଣ୍ଟାଲ ଜେଲକୁ ପଠାଯାଇଛି । ସୂଚନାଥାଉ ଯେ, ଅମୃତପାଲ ସିଂକୁ ପଳାତକ ଘୋଷଣା କରାଯାଇଛି ।

୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ

'ୱାରିସ୍ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସର ଅଭିଯାନ ରବିବାର ମଧ୍ୟ ଜାରି ରହିଛି । ପଞ୍ଜାବରେ, ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିଲା, ବର୍ତ୍ତମାନ ପଞ୍ଜାବରେ ଇଣ୍ଟରନେଟ୍ ସେବା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+