ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ପିଟିପିଟି ମାରିଦେଲେ ୩ ଗ୍ରାମବାସୀଙ୍କୁ

ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍‌ବାହିନୀ । ପୋଲିସ ଇନଫର୍ମର କହି ନିର୍ମମ ଭାବେ ପିଟି ପିଟି ହତ୍ୟା କଲେ ମାଓବାଦୀ।

Maoists

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ଅନ୍ତର୍ଗତ ପେଦାକରେମ ଗାଁରେ ଘଟିଛି ଅଘଟଣ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗାଁରେ ୧୦ରୁ ଅଧିକ ଲୋକଙ୍କୁ ଅପହରଣ କରିବା ସହ କିଛି ଜଣଙ୍କୁ ହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ। ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ। ଦିନେଶକୁ ଖୋଜିଥିଲେ। ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା। ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଛାଡ଼ିଥିଲେ। ଗ୍ରାମର ୧୨ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+