ପୁଣି ଦିଲ୍ଲୀରେ ସ୍କୁଲକୁ ବୋମା ଧମକ, ତଦନ୍ତ ଆରମ୍ଭ କଲା ପୋଲିସ
ରାଜଧାନୀରେ ପୁଣି ବୋମା ଧମକ । ଆରକେ୍ପୁରମ୍ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ ସମେତ କିଛି ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଡିସେମ୍ବର ୧୪ ତାରିଖ ଅର୍ଥାତ୍ ଆଜି ସକାଳୁ ସକାଳୁ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି ।

ଏହାର ସୂଚନା ମିଳିବା କ୍ଷଣୀ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ଖେଳିଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ତୁରନ୍ତ ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ରେସକ୍ୟୁ ଟିମ୍ ଏବଂ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ଦେଇଖିଲେ । ମାତ୍ର ଏପର୍ଯ୍ୟନ୍ତ ଡିପିଏସରୁ କୌଣସି ସନ୍ଦିଗ୍ଧ ବିସ୍ଫୋରକ ପଦାର୍ଥ ମିଳିନାହିଁ ।
ଦିଲ୍ଲୀ ପୋଲିସ ମୁତାବକ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହିତ ଅନ୍ୟ କିଛି ବିଦ୍ୟାଳୟରୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା । ସ୍କୁଲ କର୍ତ୍ତୃପକ୍ଷ ଦିଲ୍ଲୀ ଫୟାର ଡିପାର୍ଟମେଣ୍ଟକୁ ସକାଳ ୬ଟା ବେଳେ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସ୍କୁଲରୁ ସେଭଳି କିଛି ସନ୍ଦିଗ୍ଧ ପଦାର୍ଥ ମିଳିନଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ପ୍ରତ୍ୟେକ ଦିନ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ ମିଳିବା ସାଧାରଣ କଥା ହୋଇଗଲାଣି । ତଥାପି ପୋଲିସ ଏହାକୁ ହାଲୁକାରେ ନନେଇ ଯାଞ୍ଚ କରୁଛି । ନକଲି ଇ-ମେଲ୍ ପଠାଉଥିବା ବ୍ୟକ୍ତିକୁ ଗିରଫ କରିବାକୁ ଉଦ୍ୟମ ଚଳାଉଛି ।












Click it and Unblock the Notifications