କଂଗ୍ରେସକୁ ଆଉ ଏକ ଝଟକା, ଇସ୍ତଫା ଦେଲେ ମୁଖପାତ୍ର ଗୌରବ ବଲ୍ଲଭ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପୁଣି ଆଉ ଏକ ବଡ ଝଟକା କଂଗ୍ରେସକୁ ବର୍ତ୍ତମାନ ଦଳର ମୁଖପାତ୍ର ଗୌରବ ବଲ୍ଲଭ ସମସ୍ତ ପଦବୀରୁ ଇସ୍ତଫା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଇସ୍ତଫା ପତ୍ର ମଧ୍ୟ ସେୟାର କରିଛନ୍ତି। ଗୌରବ ଭଲ୍ଲଭ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ କଂଗ୍ରେସ ଯେଉଁ ପରିଭାବରେ ଆଗକୁ ବଢ଼ୁଛି ମୁଁ ସେଥିରେ ଖୁସି ଅନୁଭବ କରୁନାହିଁ।

ଗୌରବ ବଲ୍ଲଭ ଆହୁରି ଲେଖିଛନ୍ତି - ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କିମ୍ବା ଦେଶର ଦେଶର ଭଲ ଚିନ୍ତା କରୁଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁର୍ବ୍ୟବହାର କରିପାରିବି ନାହିଁ। ତେଣୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।
ଏହାପୂର୍ବରୁ ବୁଧବାର ଦିନ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ବିଜୟନ୍ଦର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜୟନ୍ଦର ସିଂ ଦକ୍ଷିଣ ଦିଲ୍ଲୀରୁ 2019 ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ।
ଗତ କିଛି ଦିନ ହେବ ତାଙ୍କ ନାମ ମଥୁରା ଆସନ ପାଇଁ କଂଗ୍ରେସରୁ ତାଙ୍କ ନାମ ଚର୍ଚ୍ଚା ହେଉଥିଲା । ବିଜେପି ପୁଣିଥରେ ହେମା ମଲିନୀଙ୍କୁ ମଥୁରା ଆସନ ପାଇଁ ପ୍ରାର୍ଥୀ କରିଛି। ହେମା ମାଲିନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଦଳ ବିଜୟନ୍ଦର ସିଂଙ୍କ ନାମ ଉପରେ ବିଚାର କରୁଥିଲା।












Click it and Unblock the Notifications