କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ, ବିଜେପିରେ ହୋଇପାରନ୍ତି ସାମିଲ
ଲୋକସଭା ନିର୍ବାଚନ 2024 ର ସମୟ ପାଖେଇ ଆସୁଥିବାରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ଦେଶର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକୁ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି। ଓପି ଜିନ୍ଦଲ ଗ୍ରୁପର ଚେୟାରମ୍ୟାନ୍ ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ବୁଧବାର ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି ଏବଂ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ତାଙ୍କ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସାବିତ୍ରୀ ଜିନ୍ଦଲ ମଧ୍ୟ ବିଜେପିରେ ଯୋଗ ଦେଇ ପାରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି।
ସାବିତ୍ରୀ ଜିନ୍ଦଲ ଟ୍ଵିଟରରେ ଏକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଛନ୍ତି । ସେ ଲେଖୁଛନ୍ତି, 'ମୁଁ ହିସାରର ଲୋକଙ୍କୁ 10 ବର୍ଷ ଧରି ଜଣେ ବିଧାୟକ ଭାବରେ ପ୍ରତିନିଧୂତ୍ଵ କରିଆସୁଛି ଏବଂ ମନ୍ତ୍ରୀ ଭାବରେ ହରିଆଣା ରାଜ୍ୟରେ ନିସ୍ବାର୍ଥପର ଭାବରେ ସେବା କରିଛି। ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।












Click it and Unblock the Notifications