ପୁଣି ଇସ୍ରୋକୁ ମିଳିଲା ବଡ ସଫଳତା, ଏୟାର ଡ୍ରପ୍‌ ଟେଷ୍ଟ ସଫଳ

ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନୟାନର ପ୍ରସ୍ତୁତି ଦିଗରେ ରବିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)କୁ ବଡ଼ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ପ୍ରଥମ ଇଣ୍ଟିଗ୍ରେଟେଡ୍‌ ଏୟାର ଡ୍ରପ୍‌ ଟେଷ୍ଟ (ଆଇଏଡିଟି ୦୧) ସଫଳ ହୋଇଛି।

ISRO

ଗଗନୟାନ ମିଶନ ପାଇଁ ପାରାଚ୍ୟୁଟ୍‌ ସିଷ୍ଟମକୁ ଯାଞ୍ଚ୍‌ କରିବା ଉଦ୍ଦେଶ୍ୟରେ ଏହି ପରୀକ୍ଷଣ କରାଯାଇଛି। ମହାକାଶରୁ ଫେରିବା ସମୟରେ ପାରାଚ୍ୟୁଟ ଦ୍ୱାରା ମହାକାଶ ଯାନର ଗତି ହ୍ରାସ ପାଇଥାଏ। ଇସ୍ରୋ ସହ ଭାରତୀୟ ନୌସେନା, ଭାରତୀୟ ବାୟୁସେନା, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ), ଭାରତୀୟ ତଟରକ୍ଷୀ ବାହିନୀର ସଂଯୁକ୍ତ ପ୍ରୟାସରେ ଏହି ପରୀକ୍ଷଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ହୋଇଥିବା ଏହି ପରୀକ୍ଷଣରେ ଏକ ମକ୍‌ ମଡ୍ୟୁଲକୁ ବିମାନରୁ ଛଡ଼ାଯାଇଥିଲା, ଯାହା ନୂତନ ଭାବରେ ବିକଶିତ ପାରାଚ୍ୟୁଟର ବ୍ୟବହାର କରି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ ସମୟରେ ପାରାଚ୍ୟୁଟ ସିଷ୍ଟମ ଠିକ୍‌ ଭାବେ କାର୍ଯ୍ୟ କରିଥିଲା ଏବଂ ପାରାଚ୍ୟୁଟର ଗତି ଉଚିତ୍‌ ଅନୁପାତରେ ହ୍ରାସ ପାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଗଗନୟାନ ମିଶନ ଅନ୍ତର୍ଗତ ଭାରତର ମାନବବିହୀନ ମିଶନ ଆସନ୍ତା ଡିସେମ୍ବରରେ ଲଞ୍ଚ୍‌ ହେବାକୁ ଥିବାବେଳେ ୨୦୨୮ରେ ମାନବଯୁକ୍ତ ମିଶନ ଲଞ୍ଚ୍‌ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+