ପୁଣି ଏୟାର ଇଣ୍ଡିଆ ବିମାନରେ ଲାଗିଗଲା ନିଆଁ !
ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅବତରଣ ପରେ, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI 315) ର ପଛ ଭାଗରେ ଛୋଟ ଇଞ୍ଜିନ (APU - ସହାୟକ ପାୱାର ୟୁନିଟ) ରେ ନିଆଁ ଲାଗିଗଲା।
ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିବା ପରେ ବିମାନଟି ଗେଟ ପାଖରେ ଠିଆ ହୋଇଥିବା ସମୟରେ ଏହି ଘଟଣା ଘଟିଥିଲା। ଏହାପରେ ଯାତ୍ରୀମାନେ ବିମାନରୁ ଓହ୍ଲାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଅଛନ୍ତି। ସହାୟକ ପାୱାର ୟୁନିଟ ଏକ ଛୋଟ ଇଞ୍ଜିନ ଯାହା ବିମାନ ପାର୍କିଂ ସମୟରେ ବିଦ୍ୟୁତ୍ତ ଯୋଗାଣ ଏବଂ ଏୟାର କଣ୍ଡିସନିଂ ଭଳି କାର୍ଯ୍ୟ କରେ। ଏହା ଉଡ଼ାଣ ସମୟରେ ମୁଖ୍ୟ ଇଞ୍ଜିନ ପରି କାମ କରେ ନାହିଁ, କିନ୍ତୁ ବିମାନର ପ୍ରସ୍ତୁତି ଏବଂ ପାର୍କିଂ ସମୟରେ ଏହା ଆବଶ୍ୟକ।

ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି, "ନିଗ୍ନ ଯୋଗୁଁ ବିମାନଟି କିଛି କ୍ଷତି ପାଇଛି, କିନ୍ତୁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସେତେବେଳେ ବିମାନରୁ ଓହ୍ଲାଇ ସାରିଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ଅଧିକ ତଦନ୍ତ ପାଇଁ ବିମାନକୁ ବନ୍ଦ କରାଯାଇଛି ଏବଂ ନିୟାମକକୁ ସୂଚନା ଦିଆଯାଇଛି।"












Click it and Unblock the Notifications