ଫରିଦାବାଦରୁ ଆଉ ଏକ ସ୍ଥାନରୁ ୨୫୬୩ କିଲୋଗ୍ରାମ ବିସ୍ଫୋରକ ଜବତ
ମନେ ହେଉଛି ଭାରତରେ ଏକ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଛନ୍ତି । ହରିୟାଣାର ଫରିଦାବାଦର ଏକ ମେଡିକାଲ କଲେଜରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ମିଳିବାର କିଛି ଘଣ୍ଟା ମଧ୍ୟରେ ଏହି ସହରର ଆଉ ଏକ ସ୍ଥାନରୁ ପ୍ରାୟ ୨୫୬୩ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି ।

ପୁଲିସର ସୂଚନା ଅନୁସାରେ ଧୌଜ ଅଞ୍ଚଳରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ ଫତେପୁର ଗାଁର ଏକ ଘରୁ ୨୫୬୩ କିଲୋଗ୍ରାମ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଫରିଦାବାଦ ପୁଲିସ ଏବଂ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଚଢାଉ ସକାଳରୁ ଏହି ଘରେ ଚାଲିଛି। ତଦନ୍ତରୁ ଜଣାପଡିଛି ଯେ ଡାକ୍ତର ମୁଜାମିଲ ଏହି ଘର ଭଡା ନେଇଥିଲେ।
ଘରଟି ଜଣେ ମୌଲାନାଙ୍କର, ଯାହାକୁ ପୁଲିସ ଆଜି ସକାଳେ ଅଟକ ରଖିଛି। ପୁଲିସ କେଉଁ ଉଦ୍ଦେଶ୍ୟ ପାଇଁ ଉଦ୍ଧାର ସାମଗ୍ରୀ ଏବଂ ଏହାର ନେଟୱାର୍କର ମଧ୍ୟ ତଦନ୍ତ କରୁଛି। ଫରିଦାବାଦ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟେନ୍ଦ୍ର କୁମାରଙ୍କ ଅନୁଯାୟୀ, ଅଭିଯାନ ଜାରି ରହିଛି।












Click it and Unblock the Notifications