ଚଳିତ ବର୍ଷ ଏହି ଦିନ ଖୋଲିବ ବଦ୍ରିନାଥ ଦ୍ଵାର
Badrinath: ଚାର ଧାମ ଯାତ୍ରା 2024ର ଦ୍ୱାର ଖୋଲିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବସନ୍ତ ପଞ୍ଚମି ଅବସରରେ ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ଏଥର ବଦ୍ରିନାଥ ଧାମର ଦ୍ୱାର ଆସନ୍ତା 12 ତାରିଖ ଦିନ ସକାଳ 6 ଟାରେ ଖୋଲିବା ନେଇ ସୂଚନା ଜାରି କରାଯାଇଛି ।
ବଦ୍ରିନାଥ ଧାମ ଦ୍ୱାର ଘୋଲିବାର ତାରିଖ ଘୋଷଣା କରାଯାଇଛି। ହେଲେ ଅନ୍ୟ ୩ ଧାମ ଦ୍ୱାର କେବେ ଖୋଲିବା ତାହା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ଉତ୍ତରାଖଣ୍ଡରେ ଅବସ୍ଥିତ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ୧୨ ମଇରୁ ଖୋଲାଯିବ । ମଇ ମାସ 12 ତାରିଖ ବ୍ରାହ୍ମ ମୁହୂର୍ତ୍ତର ସକାଳ 6 ଟାରେ ଖୋଲାଯିବ ଶ୍ରୀ ବଦ୍ରିନାଥ ଧାମର କବାଟ ।

ଆଜି ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ରନଗରରେ ଟିଗରି ସ୍ଥିତ ରାଜଦାରବାରରେ ଦ୍ୱାର ଖୋଲିବାରତାରିଖ ଘୋଷଣା କରାଯାଇଛି। ବଦ୍ରିନାଥ ଧାମ ଦ୍ୱାରା ଖୋଲିବାର ପ୍ରକ୍ରିୟ ଗାଡୁଘଡା, ତେଲ କଲଶ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ଦ୍ୱାର ଖୋଲିବାର ତାରିଖ ସ୍ଥିର କରିବା ପାଇଁ; ମଙ୍ଗଳବାର ସନ୍ଧ୍ୟାରେ ଡିମର୍ ଠାରୁ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ଚନ୍ଦ୍ରଭଗା ଠାରେ କମିଟିର ବିଶ୍ରାମ ଗୃହରେ ପହଞ୍ଚିଥିଲେ । ଯେଉଁଠାରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ସମେତ ଭକ୍ତମାନେ ଦ୍ୱାର ଖୋଲିବାର ତାରିଖ ନିଶ୍ଚିତ କରିଥିଲେ । ।
ମାନ୍ୟତା ରହିଛି ଚାରି ଧାମ ଯାତ୍ରାରେ ବଦ୍ରିନାଥ ଧାମ ମଧ୍ୟ ଅନ୍ତର୍ଭୁକ୍ତ । ଏଠାରେ ଭଗବାନ ନାରାୟଣ ଯୋଗମୁଦ୍ରାରେ ପୂଜା ପାଆନ୍ତି । ଏହି ଧାମ ଭୁ-ବୈକୁଣ୍ଠ ନାମରେ ମଧ୍ୟ ଜଣାଯାଏ । ଭଗବାନ ନାରାୟଣଙ୍କ ପୂଜା ୬ମାସ ମଣିଷଙ୍କର ଏବଂ ବାକି ୬ମାସ ସେବତାଙ୍କ ତରଫରୁ ତାଙ୍କ ପ୍ରତିନିଧୀ ନାରଦ କରୁଥିଲେ । ଶୀତଦିନେ ଏହି ସ୍ଥାନର କବାଟ ବନ୍ଦ ହେବା ପରେ ଦେବ ପୂଜା ହୁଏ ବୋଲି କୁହାଯାଏ ।












Click it and Unblock the Notifications