ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର?

ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ସେ କହିଛନ୍ତି ବୈଶ୍ୱିକ ସ୍ତରରେ ବଢୁଥିବା ଉତ୍ତେଜନା ପୃଷ୍ଠଭୂମିରେ ଭାରତକୁ ଶାନ୍ତି ପାଇଁ ପଦକ୍ଷେପ ନେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ପିଛିଲା ୧ ସପ୍ତାହ ହେଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଛି। ଆମେରିକା ଓ ଇସ୍ରାଏଲ ମିଳିତ ରୂପେ ତେହେରାନ ଉପରେ ଆକ୍ରମଣ କରୁଛନ୍ତି। ଏଥିରେ ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖେମେନିଙ୍କ ସମେତ ଅନେକ ବଡ଼ ନେତା ଓ ସୈନ୍ୟ ଅଧିକାରୀ ପ୍ରାଣ ହରାଇଛନ୍ତି।

ଏଥିରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ୱ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି। ଅଲଗା ଅଲଗା ଦେଶଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନା ଓ ସଂଘର୍ଷ କାରଣରୁ ସାଧାରଣ ନାଗରିକଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି। ନିକଟରେ ଘଟିଥିବା ଘଟଣା ମାନଙ୍କରେ ନିରପରାଧ ମହିଳା, ଶିଶୁ ଓ ପରିବାରଙ୍କ ଉପରେ ପଡୁଥିବା ପ୍ରଭାବର ଖବର ଅତ୍ୟନ୍ତ ପୀଡ଼ା ଦାୟକ। ଭାରତର ସଂସ୍କୃତି ଅହିଂସା ଓ ଶାନ୍ତିର, ଆମ ଦେଶ ସର୍ବଦା ବିଶ୍ୱକୁ ବାର୍ତ୍ତା ଓ ଶାନ୍ତିର ମାର୍ଗ ପ୍ରଦର୍ଶନ କରିଆସିଛି। ଏଭଳି ସମୟରେ ଭାରତ ଭଳି ଏକ ବଡ଼ ଗଣତାନ୍ତ୍ରିକ ଦେଶ ପକ୍ଷରୁ ମାନବତା ଓ ଶାନ୍ତିର ବାର୍ତ୍ତା ଯିବା ଅତ୍ୟନ୍ତ ଆବଶ୍ୟକ।

Anna

ଆନ୍ନା ହଜାରେ ଲେଖିଛନ୍ତି ଯେ ଆଜି ବିଶ୍ୱକୁ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ବିଶ୍ୱାସ ଓ ବାର୍ତ୍ତାର ଆବଶ୍ୟକତା ରହିଛି। ଯୁଦ୍ଧରେ କେବଳ ବିନାଶ ହୁଏ ବାର୍ତ୍ତା ଦ୍ୱାରା ସମାଧାନ ଓ ସ୍ଥିରତାର ରାସ୍ତା ବାହାରେ। ଏଣୁ ମୋର ବିନମ୍ର ପ୍ରାର୍ଥନା ଭାରତ ନିରପେକ୍ଷ ଓ ଦାୟିତ୍ୱବାନ ଭୂମିକା ନିର୍ବାହ କରି ବୈଶ୍ୱିକ ସ୍ତରରେ ଶାନ୍ତି ଓ ବାର୍ତ୍ତାର ଉଦ୍ୟମ କରୁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଇଥିବା ପତ୍ରରେ ଆନ୍ନା ହଜାରେ କହିଛନ୍ତିଯେ ଆପଣଙ୍କ ନେତୃତ୍ୱରେ ଭାରତ ଅନେକ ବୈଶ୍ୱିକ ପ୍ରସଙ୍ଗରେ ସକରାତ୍ମକ ଭୂମିକା ନିର୍ବାହ କରିଛି। ଏଣୁ ଏହି ସମ୍ବେଦନଶୀଳ ସମୟରେ ଯଦି ଭାରତ ମାନବତା ଓ ଶାନ୍ତି ପକ୍ଷରେ ଆଗକୁ ଆସେ, ତେବେ ଏହା ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ପ୍ରେରଣାଦାୟକ ହେବ। ମାନବତାର ହୀତ ଓ ନିରପରାଧା ନାଗରିକଙ୍କ ସୁରକ୍ଷା ଲାଗି ଭାରତକୁ ଶାନ୍ତିର ମାର୍ଗ ଆଗକୁ ବଢାଇବା ଦରକାର, ଏହା ହିଁ ମୋର ବିନମ୍ର ଅପେକ୍ଷା।

ଉଲ୍ଲେଖଯୋଗ୍ୟ ଯେ ଗତ ଏକ ସପ୍ତାହ ହେଲା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଓ ଆମେରିକା ମିଳିତ ରୂପେ ତେହେରାନ ଉପରେ ଆକ୍ରମଣ କରୁଛନ୍ତି। ଏଥିରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମେନିଙ୍କ ସମେତ ଅନେକ ବଡ଼ ନେତା ଓ ସୈନ୍ୟ ଅଧିକାରୀ ପ୍ରାଣ ହରାଇଛନ୍ତି। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ମିଜାଇଲ ମାଡ଼ କରିଛି। ସପ୍ତାହକ ପରେ ମଧ୍ୟ ଏହି ସଂଘର୍ଷ ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+