ଦିଲ୍ଲୀରେ ଆପ୍ ହାରିବା ଉପରେ ପ୍ରତିକ୍ରିୟା ଦେଲେ ଆନ୍ନା ହଜାରେ , କହିଲେ ଟାଙ୍କ-ମଦରେ ଫସିଗଲା ଦଳ
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ଭାରତୀୟ ଜନତା ପାର୍ଟିର ନେତାମାନେ ଖୁସି ମନେହେଉଛି। ଆପ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାସ୍ତ ହୋଇଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ହାରିଛନ୍ତି । ଦିଲ୍ଲୀରେ ଆପ୍ ହ୍ୟାଟ୍ରିକ ମାରିବା ସ୍ବପ୍ନ ଏକ ପ୍ରକାର ଭାଙ୍ଗିବାକୁ ଯାଉଛି । କାହିଁକି ହାରିଲେ ଅରବିନ୍ଦ କେଜ୍ରିୱାଲ ତାକୁ ନେଇ ପ୍ରଶ୍ନବାଟୀ ସୃଷ୍ଟି ହେଲାଣି । ଏହାରି ଭିତରେ ସମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି, ମୁଁ ବହୁ ଆଗରୁ କହି ଆସୁଛି ଯେ ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଭଲ ଚିନ୍ତାଧାରା ଏବଂ ଭାବମୂର୍ତ୍ତିରେ କୌଣସି ଆଞ୍ଚ ନ ଆସିବା ଆବଶ୍ୟକ । କିନ୍ତୁ ସେମାନେ (ଆପ୍) ଏହା ବୁଝିପାରିଲେ ନାହିଁ । ସେମାନେ ମଦ ଏବଂ ଟଙ୍କାରେ ଫସିଗଲେ । ଯାହାକୁ ନେଇ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି । ମଦ ଦୁର୍ନୀତି ଫଳରେ ତାଙ୍କୁ କମ୍ ଭୋଟ୍ ମିଳିଛି । ମୁଁ ବହୁତ ବୁଝାଇଥିଲି ହେଲେ ସେ ବୁଝିଲେ ନାହିଁ । ମଦ ଉପରେ ଅଧିକ ଗୁରୁତ୍ବ ଦେଲେ ତେଣୁ ତାଙ୍କ ଛବି ଖରାପ ହୋଇଗଲା ।












Click it and Unblock the Notifications