କେଜ୍ରିୱାଲଙ୍କ ବଡ଼ ମନ୍ତବ୍ୟ ଦେଲେ ଆନ୍ନା ହଜାରେ, କହିଲେ.....
୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ ହୋଇଛି। ଶାଲିମାର ବାଗରୁ ପ୍ରଥମ ଥର ପାଇଁ ବିଧାୟକ ର୍ନିବାଚିତ ହୋଇଥିବା ରେଖା ଗୁପ୍ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି। ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଭାଜପାର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ। ଏହା ଉପରେ ସାମାଜିକ କର୍ମୀ ଆନ୍ନା ହଜାରେ କହିଛନ୍ତି ଯେ ଜଣେ ମହିଳା ଜାତୀୟ ରାଜଧାନୀର ନୂଆ ମୁଖ୍ୟମନ୍ତ୍ରୀ ହେବା ଗର୍ବର ବିଷୟ। ତାଙ୍କର 'ଶୁଦ୍ଧ ଚିନ୍ତାଧାରା ଏବଂ କାର୍ଯ୍ୟ' ଯୋଗୁଁ ଲୋକମାନେ ତାଙ୍କୁ ଭୋଟ ଦେଇଛନ୍ତି ବୋଲି ଆନ୍ନା ହଜାରେ କହିଛନ୍ତି।
ଏହା ସହ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ପରାଜୟର କାରଣ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ କେଜରିୱାଲ 'ଭଲ କାମ' କରୁଥିଲେ। ମୁଖ୍ୟମନ୍ତ୍ରୀ ଭାବରେ, ତାଙ୍କୁ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ ଥିଲା। କିନ୍ତୁ ଧୀରେ ଧୀରେ ସେ ଭୁଲ ବାଟରେ ଯିବାକୁ ଲାଗିଲେ। ଏହି କାରଣରୁ ଜନସାଧାରଣ ଶେଷରେ ତାଙ୍କୁ ଏକ ବଡ଼ ଶିକ୍ଷା ଦେଲେ।

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆନ୍ନା ହଜାରେ କହିଛନ୍ତି ଯେ ଜଣେ ମହିଳା ଜାତୀୟ ରାଜଧାନୀର ମୁଖ୍ୟମନ୍ତ୍ରୀ ହେବା ଗର୍ବର ବିଷୟ। ସେ ଆହୁରି କହିଛନ୍ତି, 'ପୂର୍ବ ମୁଖ୍ୟମନ୍ତ୍ରୀ (କେଜରିୱାଲ) ଭଲ କାମ କରୁଥିଲେ ଏବଂ ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଭଲ କାମ କରୁଥିବାରୁ ମୁଁ ତାଙ୍କ ବିରୋଧରେ କିଛି କହୁ ନ ଥିଲି। କିନ୍ତୁ ପରେ ଧୀରେ ଧୀରେ ସେମାନେ ମଦ ଦୋକାନ ଖୋଲିବା ଏବଂ ଲାଇସେନ୍ସ ଦେବା ଆରମ୍ଭ କଲେ। ତା'ପରେ ମୁଁ ଚିନ୍ତିତ ହୋଇ ପଡିଲି। ମୁଖ୍ୟମନ୍ତ୍ରୀ ଭାବରେ କେଜରିୱାଲଙ୍କୁ ସମାଜ ଆଗରେ ଏକ ଉଦାହରଣ ସୃଷ୍ଟି କରିବା ଉଚିତ ଥିଲା, କିନ୍ତୁ ସେ ଭୁଲ ବାଟରେ ଚାଲିଗଲେ।












Click it and Unblock the Notifications