ଭାରତ ଫେରିବେ ଅଞ୍ଜୁ, ମାନସିକ ସ୍ଥିତି ଭଲ ନଥିବାରୁ ଘରକୁ ପଠାଇ ଦେଉଛନ୍ତି ପାକିସ୍ତାନୀ ସ୍ବାମୀ ନସରୁଲ୍ଲା

ମୁମ୍ଵାଇ: ପ୍ରେମ ପାଇଁ ପାକିସ୍ତାନ ସୀମା ଅତିକ୍ରମ କରିଥିବା ଅଞ୍ଜୁ ବର୍ତ୍ତମାନ ଭାରତକୁ ଫେରିବେ । ଅଞ୍ଜୁଙ୍କ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲା ଏହା ପ୍ରକାଶ କହିଛନ୍ତି । ସେ କହିଛନ୍ତି ଯେ ଅଞ୍ଜୁ ମାନସିକ ସ୍ତରରେ ବିଚଳିତ ଅଛନ୍ତି । ତେଣୁ ଅଞ୍ଜୁ ଆସନ୍ତା ମାସରେ ଭାରତ ଫେରି ପାରିବେ ।

ରାଜସ୍ଥାନ ଝିଅ ଅଞ୍ଜୁ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି । ସେ ପାକିସ୍ତାନ ଯାଇ ନସରୁଲ୍ଲାଙ୍କୁ ବିବାହ କରିଥିଲେ ।

Anju

ଅଞ୍ଜୁ ୨୦୧୯ ମସିହାରେ ଅନଲାଇନରେ ନାସରୁଲ୍ଲାଙ୍କୁ ଜାଣିବା ପରେ ପରସ୍ପରଙ୍କୁ ପ୍ରେମ କରି ବସିଥିଲେ । ପରେ ଅଞ୍ଜୁ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକିସ୍ତାନ ପଳାଇ ଯାଇଥିଲେ । ଶୁଣିବାକୁ ମିଳୁଥିଲା ଯେ ଆଉ ସେ ଭାରତ ଫେରିବେ ନାହିଁ । କିନ୍ତୁ ସେ ଆସନ୍ତା ମାସରେ ଭାରତ ଫେରିବେ । ନସରୁଲ୍ଲା କହିଛନ୍ତି ଯେ ଅଞ୍ଜୁ ମାନସିକ ସ୍ତରରେ ବହୁତ ବିବ୍ରତ ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ମନେ ପକାଉଛନ୍ତି ।

ସୂଚନାଥାଉକ, ଅଞ୍ଜୁ ଜୁଲାଇ ୨୫ ରେ ପାକିସ୍ତାନରେ ଇସଲାମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ଫାତିମା ରେ ପରିବର୍ତ୍ତନ କରିଥିଲେ । ଏହି ପରିବର୍ତ୍ତନ ପରେ ସେ ନସରୁଲ୍ଲାଙ୍କୁ ମଧ୍ୟ ବିବାହ କରିଥିଲେ । ତେବେ ସତରେ ଅଞ୍ଜୁ ନିଜ ପିଲାଙ୍କ ପାଇଁ ଭାରତ ଫେରିବାକୁ ଚାହୁଁଛନ୍ତି କି ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ତଦନ୍ତ ହେବା ପରେ ଯାଇ ଜଣାପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+