ଭାରତ ଫେରିଲେ ଜେଲ୍ ଯିବେ ଅଞ୍ଜୁ !

Anju Nasrullah News: ରାଜସ୍ଥାନର ଅଲୱାର ନିବାସୀ ଅଞ୍ଜୁ ତାଙ୍କ ଫେସବୁକ୍ ବନ୍ଧୁ ନାସରୁଲ୍ଲାଙ୍କୁ ଭେଟିବା ପାଇଁ ଜୁଲାଇ 2023ରେ ପାକିସ୍ତାନ ଯାଇଥିଲେ ବେଳେ ବର୍ତ୍ତମାନ ଏହି ମାସ ଶେଷରେ ସେ ଭାରତ ଫେରିବା ନେଇ ସୂଚନା ରହିଛି । ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଅଞ୍ଜୁ ଭାରତରେ ପହଞ୍ଚିବା ମାତ୍ରେ ଜେଲ ଯାଇପାରନ୍ତି ।

34 ବର୍ଷୀୟା ମହିଳା, ବର୍ତ୍ତମାନ ଫାତିମା ନାମରେ ଜଣାଶୁଣା, ସେ ଜୁଲାଇ ମାସରୁ ପାକିସ୍ତାନର ଖେବରେ ରହୁଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ତାଙ୍କ ଫେସବୁକ ବନ୍ଧୁ ନାସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ପିଲାମାନଙ୍କୁ ନ ଜଣାଇ ପାକିସ୍ତାନ ପଳାଇଯାଇଥିଲେ ।

Anju Nasrullah

ବର୍ତ୍ତମାନ ଅଞ୍ଜୁ ନିଜ ପିଲାମାନଙ୍କ ପାଖକୁ ଫେରିବା ପାଇଁ ଚାହୁଁଛନ୍ତି । ତେଣୁ ସେ ଏହି ମାସ ଶେଷରେ ଭାରତ ଫେରିବେ। ଏକ ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି ଯେ, ସେ ଭାରତକୁ ଫେରିବା ପାଇଁ ଚାହୁଁଛନ୍ତି ଏବଂ ସେ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅଞ୍ଜୁ ଆହୁରି କହିଛନ୍ତି ଯେ, ସେ ଭାରତ ଆସି ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି । ସେ କେବଳ ନିଜ ଛୁଆ ମାନଙ୍କ ପାଇଁ ଭାରତ ଫେରିବା ପାଇଁ ଚାହୁଁଛନ୍ତି ବୋଲି ଅଞ୍ଜୁ କହିଛନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ ଏକ ଫୋନ୍ ସାକ୍ଷାତକାରରେ ଅଞ୍ଜୁଙ୍କ ସ୍ୱାମୀ ନାସରୁଲ୍ଲା ପ୍ରକାଶ କରିଛନ୍ତି ଯେ, ତାଙ୍କ ପତ୍ନୀ ମାନସିକ ସ୍ତରରେ ବିବ୍ରତ ହୋଇ ପଡିଛନ୍ତି । ସେ ନିଜ ଛୁଆଙ୍କ ସହ ଦେଖା କରିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ଭାରତ ଫେରିବା ପାଇଁ ଚାହୁଁଛନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଗୋଟିଏ 15 ବର୍ଷର ଝିଅ ଏବଂ ଏକ ଛଅ ବର୍ଷର ପୁଅ ।

ନାସରୁଲ୍ଲା କହିଛନ୍ତି ଯେ ପାକିସ୍ତାନରେ ଆବଶ୍ୟକ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ଶେଷ ହେବା ପରେ ଅଞ୍ଜୁ ଭାରତ ଫେରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଭିସା ମିଳେ ତେବେ ସେ ତାଙ୍କ ସହ ଯାଇପାରିବେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଭାରତ ଫେରିବା ପରେ ଅଞ୍ଜୁ ଜେଲ୍ ଯିବେ କି ? ତେବେ ଅଞ୍ଜୁଙ୍କ ପ୍ରଥମ ସ୍ୱାମୀ ଅରବିନ୍ଦ ଦାବି କରିଛନ୍ତି ଯେ, ଯଦି ଅଞ୍ଜୁ ଭାରତକୁ ଫେରନ୍ତି ତେବେ ତାଙ୍କୁ ଜେଲ ପଠାଯିବା ଉଚିତ୍ ।

ଅରବିନ୍ଦ କହିଛନ୍ତି ଯେ, ଅଞ୍ଜୁଙ୍କୁ ସେ ଏପର୍ଯ୍ୟନ୍ତ ଛାଡପତ୍ର ଦେଇ ନାହାଁନ୍ତି ଏବଂ ହିନ୍ଦୁ ଧର୍ମ ଅନୁଯାୟୀ ଜଣେ ସ୍ୱାମୀ ଥାଇ ମଧ୍ୟ ଅନ୍ୟ କାହାକୁ ବିବାହ କରିବା ଏକ ଆଇନଗତ ଅପରାଧ। ସେହିପରି ଅଞ୍ଜୁ କହିଛନ୍ତି ଯେ, ସେ ତିନି ବର୍ଷ ପୂର୍ବେ ଅରବିନ୍ଦଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିସାରିଛନ୍ତି । ହେଲେ ତାଙ୍କ ସ୍ୱାମୀ ଏକାକୁ ଅସ୍ୱୀକାର କରିଛନ୍ତି । ଅରବିନ୍ଦ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ କୌଣସି ଛାଡପତ୍ର କାଗଜପତ୍ର ପାଇନାହାଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+