ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା : ୱେଭସ୍ 2025ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନିତ ହେଲେ 78 ନିର୍ମାତା

ଅସାଧାରଣ ଆନିମେସନ ପ୍ରତିଭାଙ୍କୁ ସୁଯୋଗ ଦେବ ୱେଭ୍ସ ୨୦୨୫। ୱେଭ୍ସ ସମ୍ମିଳନୀ ଅଧୀନରେ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ ୭୮ ଜଣ ନିର୍ମାତା ମନୋନିତ ହୋଇଛନ୍ତି । ଡାନ୍ସିଂ ଆଟମର ସହଭାଗିତାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ସିଜନ୍‌-୧ ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଏହାର ଆୟୋଜନ କରାଯାଇଥିଲା। ମୁଖ୍ୟତଃ ପାଞ୍ଚଟି ବର୍ଗ : ଆନିମେସନ, ଏଆର (ଅଗମେଣ୍ଟେଡ୍‌ ରିଅଲିଟି), ଭିଆର୍‌(ଭର୍ଚୁଆଲ୍‌ ରିଅଲିଟି), ଭର୍ଚୁଆଲ ପ୍ରଡକ୍ସନ ଏବଂ ଭିଜୁଆଲ ଇଫେକ୍ଟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଶ୍ୱର ବିଶିଷ୍ଟ ବିଚାରକମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ମୌଳିକତା, ବର୍ଣ୍ଣନାତ୍ମକ ଶକ୍ତି, ମନୋରଞ୍ଜନ ମୂଲ୍ୟ, ବଜାର ଅପିଲ, ଦର୍ଶକଙ୍କ ସମ୍ପୃକ୍ତି ଏବଂ ବୈଷୟିକ କାର୍ଯ୍ୟକାରିତା ସମେତ ବିଭିନ୍ନ ମାନଦଣ୍ଡକୁ ଆଧାର କରି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲା। ବିଚାରକ ମଣ୍ଡଳୀରେ ମନୋରଞ୍ଜନ ବିପଣନ ପେସାଦାର ଜାନ ନାଗେଲ, ଆନିମେସନ ୱାର୍ଲ୍ଡ ନେଟୱର୍କର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଡାନ ସାର୍ଟୋ, ନିର୍ଦ୍ଦେଶକ, ନିର୍ମାତା, ଲେଖକ ଜିଆନମାର୍କୋ ସେରା, ବିଶିଷ୍ଟ ଲେଖିକା ଇନ୍ଦୁ ରାମଚନ୍ଦାନୀ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ବୈଭବ ପିୱଲାତକର ପ୍ରମୁଖ ସାମିଲ ଥିଲେ ।

Animation Filmmakers Competition

ଚୟନ ହୋଇଥିବା ନିର୍ମାତାଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଅଭିଜ୍ଞ, ପେସାଦାର ଏବଂ ଷ୍ଟୁଡିଓମାନେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ, ଏହି ପ୍ରତିଯୋଗିତାରେ ଲଣ୍ଡନ, ବାଲି ଏବଂ କାନାଡାର ଅନ୍ତର୍ଜାତୀୟ ପ୍ରତିଯୋଗୀ ରହିଛନ୍ତି, ଯାହା କାହାଣୀ କହିବା ପାଇଁ ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଏବଂ ପାରିବାରିକ ଶିକ୍ଷା ଉପରେ ଆକର୍ଷଣୀୟ ବର୍ଣ୍ଣନା ପାଇଁ ତିନୋଟି ସ୍ୱତନ୍ତ୍ର ଉଲ୍ଲେଖ ଚଳଚ୍ଚିତ୍ର ପ୍ରକଳ୍ପ ସ୍ୱୀକୃତି ଅର୍ଜନ କରିଛି। ମନୋନୀତ ପ୍ରକଳ୍ପଗୁଡ଼ିକରୁ ରିଫାଇଣ୍ଡ ପିଚ୍ ଡେକର ଚୂଡ଼ାନ୍ତ ଦାଖଲ 20 ମାର୍ଚ୍ଚ 2025 ସୁଦ୍ଧା ସମ୍ପୂର୍ଣ୍ଣ ହେବ, ତା'ପରେ ଶିଳ୍ପ ବିଶେଷଜ୍ଞଙ୍କ ଏକ ନବ ନିଯୁକ୍ତ ପ୍ୟାନେଲ୍ ଦ୍ୱାରା ଏକ ବିଚାରକ ସମୀକ୍ଷା କରାଯିବ।

ଶ୍ରେଷ୍ଠ ତିନୋଟି ବିଜୟୀ ପ୍ରକଳ୍ପ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ମୋଟ) ନଗଦ ପୁରସ୍କାର ପାଇବେ। ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶ୍ରେଷ୍ଠ ନିର୍ମାତାମାନଙ୍କୁ ଏକ ସ୍ୱତନ୍ତ୍ର ମୁମ୍ବାଇ ଗସ୍ତ ପାଇଁ ନିମନ୍ତ୍ରଣ କରିବ । ସେଠାରେ ସେମାନେ ସାରା ବିଶ୍ୱର ନିର୍ମାତା, ଓଟିଟି ପ୍ଲାଟଫର୍ମ, ବିତରକ ଏବଂ ନିବେଶକମାନଙ୍କ ଆଗରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ। ଆସନ୍ତା ଏପ୍ରିଲ ୧୦ ତାରିଖ କିମ୍ବା ତା'ପୂର୍ବରୁ ଚୂଡ଼ାନ୍ତ ବିଜେତାଙ୍କ ନାମ ପ୍ରକାଶ ପାଇବ।

ଆହୁରି ମଧ୍ୟ ସମସ୍ତ ସୃଷ୍ଟିକର୍ତ୍ତାମାନଙ୍କୁ ୱେଭସ୍ ବଜାରରେ ସେମାନଙ୍କ ପ୍ରକଳ୍ପ ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି । ଏହା ଏକ ବିଶ୍ୱସ୍ତରୀୟ ଇ-ମାର୍କେଟପ୍ଲେସ୍ ଏବଂ ପ୍ରତିଭାବାନ ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ କ୍ରେତାଙ୍କ ସହ ଯୋଡ଼ିବା ପାଇଁ ଏହାକୁ ପରିକଳ୍ପନା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+