ବନ୍ୟା ପାଣିରେ ବୁଡ଼ିଲା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ
ଗୁଆହାଟୀ : ଆସାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମି ଜଳମଗ୍ନ ହେବା ସହ ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ମଙ୍ଗଳବାର ଭାରତୀୟ ବାୟୁସେନା ଗୁରୁତର ଭାବରେ ପ୍ରଭାବିତ ଦିବ୍ରୁଗଡ ଜିଲାରେ ବନ୍ୟା ଘେରରେ ଫସି ରହିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ।
ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୧୩ଟି ବୃହତ ନଦୀରେ ଜଳସ୍ତର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ବନ୍ୟାରେ କେବଳ ଲୋକେ ପ୍ରଭାବିତ ହୋଇନାହାନ୍ତି ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ବନ୍ୟା ଯୋଗୁଁ ଜଳମଗ୍ନ ହୋଇପଡିଛି କାଜିରଙ୍ଗା ଜାତୀୟ ଉଦ୍ୟାନ ।

ବନ୍ୟା ପାଣି ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜୀବଜନ୍ତୁଙ୍କୁ ବନ୍ୟା ଜଳରୁ ଉଦ୍ଧାର କରାଯାଇଛି । ଏନେଇ ଉଦ୍ୟାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବନ୍ୟା ଜଳରେ ବୁଡ଼ି ୧୧ଟି ହରିଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସା ସମୟରେ ପାଞ୍ଚଟି ହରିଣର ଜୀବନ ଯାଇଥିଲା । ତେବେ ବନ ଅଧିକାରୀମାନେ ୬୩ ହରିଣ, ଦୁଇଟି ଓଟର, ସମ୍ବର ଏବଂ ଏକ ପେଚା ଏବଂ ଛୁଆ ଗଣ୍ଡା ଏବଂ ଜଙ୍ଗଲୀ ବିଲେଇ ଉଦ୍ଧାର କରିଥିବା ନେଇ ଜଣାପଡିଛି । ପାର୍କରେ ୧୭୩ ବନ୍ୟ ଜନ୍ତୁ ଏବେ ବି ଥବବା ଜଣାପଡ଼ିଛି ।












Click it and Unblock the Notifications