Get Updates
Get notified of breaking news, exclusive insights, and must-see stories!

ନାୟବଙ୍କ କ୍ୟାବିନେଟରୁ ବାଦ ପଡ଼ିଲେ ଏହି ବରିଷ୍ଠ ନେତା , କହିଲେ ବିଜେପି....

ଚଣ୍ଡିଗଡ଼: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ବିଜେପିର ନୂଆ କ୍ୟାବିନେଟରୁ ଆଉ ଏକ ବଡ଼ ନାଁକୁ ବାଦ ଦେଇଛି ଦଳ । ଅନୀଲ ବିଜ୍ ହେଉଛନ୍ତି ହରିଆଣା ଭାଜପାରର ସବୁଠାରୁ ଟାଣୁଆ ନେତା । ଖଟ୍ଟରଙ୍କ ପରେ ସେ ଦ୍ୱିତୀୟ କ୍ଷମତା ଶାଳୀ ନେତା ଭାବେ ଗଣତି ହୁଅନ୍ତି । କିନ୍ତୁ ତାଙ୍କୁ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ମିଳି ନାହିଁ ।

ଯାହାକୁ ନେଇ ସେ ଅସନ୍ତୋଷ ଅଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନାୟବ ସିଂ ଶପଥ ଗ୍ରହଣ ସମାରୋହରେ ଅନୀଲ ଯୋଗ ଦେଇନାହାନ୍ତି । ଖଟ୍ଟର ସରକାରରେ ଥିବା ୫ ଜଣ ମନ୍ତ୍ରୀ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଅନୀଲ ହରିୟାଣାର ଗୃହମନ୍ତ୍ରୀ ଭାବେ କାମ କରୁଥିଲେ । କୁହାଯାଉଥିଲା ଯେ ବିଜ୍ ହରିୟାଣାର ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ।

anil vij

ଅନ୍ୟପଟେ ହରିୟାଣାର ପୂର୍ବତନ ମନ୍ତ୍ରୀ ଅନିଲ ବିଜ ବୁଧବାର ନୟାବ ସିଂ ସାଇନି ସରକାରଙ୍କ ଫ୍ଲୋର ଟେଷ୍ଟରେ ପହଞ୍ଚିଛନ୍ତି । ସେ ସରକାରଙ୍କ ସପକ୍ଷରେ ଭୋଟ୍ ଦେବାକୁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସେ ମଙ୍ଗଳବାର ଦିନ ସଭା ଛାଡିବା ଏବଂ ଶପଥ ନକରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କ କ୍ରୋଧ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ବିଜେପିର ଜଣେ ଭକ୍ତ ।

ଚଣ୍ଡିଗଡ଼ ଯିବା ପୂର୍ବରୁ ଅନିଲ ବିଜ କହିଛନ୍ତି, 'ମୁଁ ବିଜେପିର ଜଣେ ଭକ୍ତ । ପରିସ୍ଥିତି ବଦଳୁଛି, କିନ୍ତୁ ଆମକୁ ପ୍ରତ୍ୟେକ ପରିସ୍ଥିତିରେ ବିଜେପି ପାଇଁ କାମ କରିବାକୁ ପଡିବ । ଆଜି ବି ମୁଁ ପୂର୍ବ ଅପେକ୍ଷା ଅଧିକ ଶକ୍ତି ସହିତ କାମ କରୁଛି । ପରିସ୍ଥିତି ବଦଳିପାରେ, କିନ୍ତୁ ମୁଁ କାର୍ଯ୍ୟ ଜାରି ରଖିବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+