ଓଲା ଶୋରୁମରେ ନିଆଁ ଲଗାଇଦେଲେ ଗ୍ରାହକ, ଜାଣନ୍ତୁ କାରଣ....

ବେଙ୍ଗାଲୁରୁ : ବ୍ୟାଟେରି ଚାଳିତ ୨ ଚକିଆ ଯାନ ନିର୍ମାତା OLA ଉପରେ ଗ୍ରାହକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠିକ୍‌ ସମୟରେ ସେବା ଯୋଗାଇବାରେ କମ୍ପାନୀ ବିଫଳ ହେଉଥିବାରୁ ଗ୍ରାହକ ଆକ୍ରୋଶମୂଳକ ହୋଇପଡ଼ୁଛନ୍ତି। ଅନେକ ଗ୍ରାହକ ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ ହେଉଥିବାବେଳେ ଆଉ କିଛି ଗ୍ରାହକ ଭିନ୍ନ ଭିନ୍ନ ଢଙ୍ଗରେ ସାମାଜିକ ଗଣମାଧ୍ୟମରେ OLA କମ୍ପାନୀ ବିରୋଧରେ ନାନା ମନ୍ତବ୍ୟ ଦେଉଛନ୍ତି।

ହେଲେ ଆଜି ଓଲା ଇଲେକ୍ଟ୍ରିକ୍‌ ଶୋ'ରୁମ୍ ରେ ନିଆଁ ଲଗାଇ ଦେଲେ ଅସନ୍ତୁଷ୍ଟ ଗ୍ରାହକ। ନିକଟରେ କିଣିଥିବା ଇ-ସ୍କୁଟରର ସେବାରେ ଅସନ୍ତୁଷ୍ଟ ହୋଇ ବୁଧବାର ୨୬ ବର୍ଷୀୟ ଯୁବକ ଏହି କାଣ୍ଡ କରିଛନ୍ତି। ଅଭିଯୋଗ ପାଇଁ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପୋଲିସ କରିଛି।ନିକଟରେ ଯୁବକ ଜଣଙ୍କ ଶୋ' ରୁମରୁ ଗୋଟିଏ OLA ସ୍କୁଟର କିଣିଥିଲେ। ହେଲେ ତାଙ୍କୁ ଉପଯୁକ୍ତ ସେବା ମିଳି ନଥିଲା। ଏଥିଯୋଗୁ ଯୁବକ ଜଣଙ୍କ ଗାଡ଼ି କିଣିଥିବା ଶୋ' ରୁମରେ ପହଞ୍ଚି ନିଆଁ ଲଗାଇ ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ୨୬ ବର୍ଷୀୟ ମହମ୍ମଦ ନଦୀମ ଗତ ମାସରେ ଗୋଟିଏ ଓଲା ସ୍କୁଟର କିଣିଥିଲେ। ସେ ପେଶାରେ ଜଣେ ମେକାନିକ। ତେବେ କିଛି ଦିନ ତଳେ ଗାଡ଼ିରେ କିଛି ସମସ୍ୟା ଦେଖାଯିବାରୁ ସେ ସର୍ଭିସିଂ ପାଇଁ ଆଣିଥିଲେ। ତାଙ୍କୁ ସେଠାରେ ଉପଯୁକ୍ତ ସେବା ମିଳି ନଥିଲା। ସମସ୍ୟାର ସମାଧାନ କରିବାକୁ ସେ ବାରମ୍ବାର ଶୋ' ରୁମକୁ ଯାଇଥିଲେ।ହେଲେ ତାଙ୍କୁ ସବୁଥର ନିରାଶ ହେବାକୁ ପଡ଼ିଥିଲା। ମଙ୍ଗଳବାର ସେ ଶୋ' ରୁମ ଉପରେ କ୍ଷୁବ୍ଧ ହୋଇ ସାଙ୍ଗରେ ପେଟ୍ରୋଲ ଧରି ପହଞ୍ଚିଥିଲେ। ମାଲିକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ନଦୀମ ସେଠାରେ ଥିବା ୬ଟି ଗାଡ଼ି ସହ ଶୋ' ରୁମରେ ନିଆଁ ଲଗାଇ ଦେଇଥିଲେ।

Angry Ola Electric

ନଦୀମ କହିଛନ୍ତି, "(ସର୍ଭିସିଂ) ଭଲ ନଥିଲା, ସେ ଏକାଧିକ ଥର ଶୋ'ରୁମ୍ ଯାଇଥିଲେ। ଗତକାଲି (ମଙ୍ଗଳବାର) ଯେତେବେଳେ ସେ ଯାଇଥିଲେ ସେତେବେଳେ ସେ ପେଟ୍ରୋଲ ନେଇ ୬ ଟି ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି। ତେବେ ଅଭିଯୁକ୍ତଙ୍କର ଗାଡିରେ କ'ଣ ଅସୁବିଧା ରହିଥିଲା ତାହା ଜଣାପଡି ନାହିଁ।

ତେବେ ଏହି ଅଗ୍ନିକାଣ୍ଡରେ ଶୋ'ରୁମ୍ ରେ ୮୫୦,୦୦୦ ଟଙ୍କା ମୂଲ୍ୟର କ୍ଷୟକ୍ଷତି ହେବ ବୋଲି ପୋଲିସ୍ ଅଧିକାରୀ ଶରଣପ୍ପା ଏସ୍ ଡି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+