ରାଗିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର, ମନାଉଛନ୍ତି ରାହୁଲ !

କଂଗ୍ରେସର ସ୍ଥିତି ସୁଧୁରିବାରେ ନା ଧରୁନି । ନିଇତି ନେତାଙ୍କ ମଧ୍ୟରେ ଥିବା ମନାନ୍ତର ସାମ୍ନାକୁ ଆସୁଛି । ଏବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ୍ତ୍ର କେନ୍ଦ୍ରମନ୍ତ୍ରୀ ଦଳ ଉପରେ ଖପ୍ପା ଥିବା ନେଇ ଖବର ଆସୁଛି । ଏମିତିକି ସେ ରାହୁଲଙ୍କ ସହ ବନ୍ଦ ଘରେ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ଚର୍ଚ୍ଚା ବି ହେଉଛି । ହେଲେ କାହିଁକି ଶଶୀ ରାଗିଛନ୍ତି ? ପ୍ରକୃତରେ ଦଳରେ କଣ ଚାଲିଛି ସେନେଇ ଅବଶ୍ୟ ଦଳୀୟ ସୂତ୍ରରୁ କୌଣସି ପ୍ରତିକ୍ରିୟା ରଖାଯାଇନି । ହେଲେ କଂଗ୍ରେସ ଦଳରେ ଥିବା ଫାଟ ଜଳଜଳ ହୋଇ ଦିଶୁଛି ।

Shashi Tharoor

କେରଳ ତିରୁଅନନ୍ତପୁରମରୁ ସାଂସଦ ଅଛନ୍ତି ଶଶୀ ଥରୁର । ହେଲେ ଦଳରେ ତାଙ୍କର ଭୂମିକା କଣ ରହିଛି ସେନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ଶଶୀ କହିଛନ୍ତି । ଖାଲି ଏତିକି ନୁହେଁ ସେ ସ୍ପଷ୍ଟ କରିଛନ୍ତି କି, ଦଳରେ ଏବେ ଯେଉଁ ସ୍ଥିତି ରହିଛି ସେନେଇ ରାହୁଲଙ୍କ ସହ ଆଲୋଚନା ହେଲା । ଏହି ସମୟରେ ରାହୁଲ ଓ ଶଶୀଙ୍କ ବ୍ୟତିତ ଅନ୍ୟ କେହି ଉପସ୍ଥିତ ନଥିଲେ । କିନ୍ତୁ ବୈଠକରେ କଣ ଆଲୋଚନା ହେଲା ସେନେଇ ଗଣମାଧ୍ୟକୁ କହିବାର ଆବଶ୍ୟକତା ନାହିଁ ବୋଲି ଶଶୀ କହିଛନ୍ତି ।

କାହିଁକି ଅସନ୍ତୋଷ ବ୍ୟକ୍ତ କଲେ ଶଶୀ ?

ଜାତୀୟ ଗଣମାଧ୍ୟକୁ ମିଳିଥିବା ସୂଚନା ଅନୁସାରେ, କେରଳରେ ଏବେ ଶଶୀଙ୍କ ଉପରେ ଦଳୀୟ ନେତା କି କର୍ମୀ ଆଦୌ ଖୁସିନାହାନ୍ତି । ବାରମ୍ବାର ଅଭିଯୋଗ ପରେ ଏଆଇସିସି ବି ଶଶୀଙ୍କ ଉପରେ ନାଖୁସ ଅଛି । ତେଣୁ ଦିଲ୍ଲୀ ଡକାଇ ତାଙ୍କୁ ଟ୍ୟୁସନ କରାଯାଇଛି । ସେପଟେ ଶଶୀ ଦିଲ୍ଲୀ ବୈଠକକୁ ନେଇ ବି ଖୁସି ନାହାନ୍ତି । କାରଣ ସେ ଯେଉଁ ଦାୟିତ୍ବର ପ୍ରଶ୍ନ ପଚାରିଲେ ସେନେଇ ରାହୁଲ କିଛି ସ୍ପଷ୍ଟ କରିନାହାନ୍ତି । କୁହାଯାଉଛି ଆମେରିକା ଗସ୍ତ ବେଳେ ମୋଦୀ ଓ ଆମେରିକା ସରକାରଙ୍କ ଆଲୋଚନାକୁ ନେଇ କଂଗ୍ରେସ-ଥରୁରଙ୍କ ମଧ୍ୟରେ ମତାନ୍ତର ରହିଥିଲା । ପରେ ପରେ ଜାତୀୟ ଦାୟିତ୍ବ ତାଙ୍କ ହାତରୁ ନିଆଯାଇଥିଲା ଯେଉଁଥି ଲାଗି ଶଶୀ କଂଗ୍ରେସ ଉପରେ ଅସନ୍ତୋଷ ଝାଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+