ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୨ ଲକ୍ଷ, ଆହତଙ୍କୁ ୫୦ ହଜାର
ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଦେବା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ କରିଛନ୍ତି । ଅର୍ଥାତ୍ ଏବେ ମୃତକଙ୍କୁ ମୋଟ ୧୨ ଲକ୍ଷ ମିଳିବ । ସେହିପରି ପ୍ରତି ଆହତଙ୍କୁ ୫୦,୦୦୦ ମିଳିବ । ଆଗରୁ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍ଓ ଘୋଷଣା କରିଥିଲା ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଭାବିତ ପରିବାରଙ୍କ ପ୍ରତି ମୋଦି ସମବେଦନା ଜଣାଇଛନ୍ତି । ଓଡିଶା-ଆନ୍ଧ୍ର ସୀମାରେ ନେଇ ଟ୍ରେନ୍ ଦୁର୍ଘଟଣାର କଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଲେ ରେଳ ମନ୍ତ୍ରୀ ।

ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରା ସରିଛି ।
ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ପ୍ରତି ମଧ୍ୟ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ରାୟଗଡ଼ା ଓ କୋରାପୁଟ ର କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପଲାସା ପାସେଞ୍ଜରକୁ ପଛରୁ ପିଟିଛି ରାୟଗଡ଼ା ଯାଉଥିବା ପାସେଞ୍ଜର ।
ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୫ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ତ୍ୱରିତ ବେଗରେ ଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସିପିଆରଓ କହିଛି ।
ହେଲ୍ପ ଲାଇନ ନମ୍ବର
ୱାଲଟର: ୦୮୯୧-୨୮୮୫୯୧୪
ବିଶାଖାପାଟଣା ରେଲୱେ ଷ୍ଟେସନ ପାଇଁ ହେଲ୍ପଲାଇନ୍ ନମ୍ୱର
ରେଲୱେ ନମ୍ୱର: ୮୩୦୦୩, ୮୩୦୦୪, ୮୩୦୦୫, ୮୩୦୦୬
ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ନମ୍ୱର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯
ଏୟାରଟେଲ୍: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨
ବିଏସଏନଏଲ: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧
ଭୁବନେଶ୍ୱର: ୯୬୭୪୨୩୦୧୬୨୫, ୨୩୦୧୫୨୫, ୨୩୦୩୦୬୯












Click it and Unblock the Notifications