ଆନ୍ଧ୍ର ଓ ତେଲେଙ୍ଗାନାରେ ବନ୍ୟା ବିତ୍ପାତ;୩୧ ମୃତ

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଉଭୟ ରାଜ୍ୟରେ ଚଳିତ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଛି। ଜଳବନ୍ଦି ସମସ୍ତ ସହର। ଅନେକ ଆନ୍ତଃଜିଲ୍ଲାକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଅନେକ ହଜାର ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥ। ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି। କେଉଁଠି ଛୋଟ ଛୋଟ ବ୍ରିଜ୍ ବି କ୍ଷତିଗସ୍ତ ହୋଇଛି। ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏବେ ଯାଏଁ ୪୩୨ଟି ଟ୍ରେନ୍ ବାତିଲ ହୋଇଛି।

Andhra-Telangana on high alert

ବିଜୟୱାଡ଼ା ନିକଟ ରାୟନପାଡ଼ୁ ଷ୍ଟେସନ୍ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସମ୍ପୂର୍ଣ୍ଣ ଷ୍ଟେସନ୍ ପାଣି ଘେରରେ ରହିଛି। ଏକାଧିକ ଟ୍ରେନ୍ ଷ୍ଟେସନରେ ଅଟକି ରହିଛି। ଏହାକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ଆକାଶ ମାର୍ଗରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲାଗିଛି ବାୟୁ ସେନା।

ଲୋକଙ୍କ ପାଖରେ ଖାଦ୍ୟ, ପାନୀୟ, ଔଷଧ ପଠାଯାଉଛି। NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି। ବିଶେଷ ଭାବେ ବିଜୟୱାଡ଼ା, ଏନଟିଆର, ଗୁଣ୍ଟୁର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ଯାଇଛି।ବନ୍ୟା ଓ ପ୍ରବଳ ବର୍ଷା ଯୋଗୁ ଏଠାରେ ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ତେଲେଙ୍ଗାନାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ନିଖୋଜ ଥିବା କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବନ୍ୟା ପରିସ୍ଥିତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟୱାଡା ଏବଂ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେଲଙ୍ଗାନା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ପ୍ରାଥମିକ ଆକଳନ ଅନୁଯାୟୀ ତେଲଙ୍ଗାନାରେ ୫୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୦ କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+