Get Updates
Get notified of breaking news, exclusive insights, and must-see stories!

ଟ୍ରେନ ଟ୍ରାଜେଡି: ଟେକ୍ନିକାଲ ତ୍ରୁଟି ନା ମନୁଷ୍ୟକୃତ ଭୁଲ୍ ! ଜାଣନ୍ତୁ ଦୁର୍ଘଟଣାର କାରଣ

Andhra Pradesh Train Derail: ବିଜୟନଗର କଣ୍ଟାକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ଘଟିଛି । ସିଗନାଲ ଅପେକ୍ଷାରେ ଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ପାଲାସା ଏକ୍କପ୍ରେସ୍ । ତେବେ ଆନ୍ଧ୍ର ପ୍ରଦେଶର ଆଲମାଣ୍ତା ଓ କଣ୍ଟାକାପ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ତ୍ୱରିତ ବେଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକା ଯାତ୍ରୀ ଉଦ୍ଧାର ହେଲେଣି, ଏନେଇ ସୂଚନା ଦେଲେ CPRO । ତେବେ ଏହି ଦୁର୍ଘଟଣାକୁ ନେଇ ପୂର୍ବତଟ ରେଲୱେର CPRO କହିଛନ୍ତି, ସିଗନାଲ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ । ହେଲେ ପ୍ରାଥମିକ ଯାଞ୍ଚରୁ ଦୁର୍ଘଟଣା ମନୁଷ୍ୟକୃତ ତୃଟି ବୋଲି କହିଛନ୍ତି CPRO ।

Andhra Pradesh Train Derail:

ସୂଚନାଥାଉ ଯେ, ବିଶାଖାପାଟଣା-ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରା ସରିଛି ।

ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ପ୍ରତି ମଧ୍ୟ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+