ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା: ମିଳିଲା ୧୧ ମୃତକଙ୍କ ପରିଚୟ
Andhra Pradesh Railway Accident: ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା: ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ମାମଲା, ମିଳିଲା ୧୧ ଜଣ ମୃତକଙ୍କ ପରିଚୟ । ସେମାନଙ୍କ ମଧ୍ୟରୁ ୯ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ନେଇ ସୂଚନା ରହିଛି । ସମସ୍ତ ମୃତକଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଖବର ରହିଛି, ହେଲେ ବର୍ତ୍ତମାନ ଆଉ ୨ ଜଣଙ୍କ ପରିଚୟ ମିଳିପାରି ନାହିଁ ।
ସେହିପରି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନାହାଁନ୍ତି । ସମସ୍ତ ଆହତଙ୍କୁ କାଂଟକାରାଲ୍ଲୀ ଷ୍ଟେସନ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ସହାୟତା ରାଶି ଘୋଷଣା କଲା ରେଳ ବିଭାଗ । ଗୁରୁତର ଆହତ ଯାତ୍ରୀଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications