ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା: ବଢୁଛି ମୃତ୍ୟୁ ସଂଖ୍ୟା, କୋରାପୁଟ ଯାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର
Andhra Pradesh Train Derail: ବିଜୟନଗର କଣ୍ଟାକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ଘଟିଛି । ସିଗନାଲ ଅପେକ୍ଷାରେ ଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ପାଲାସା ଏକ୍କପ୍ରେସ୍ । ତେବେ ଆନ୍ଧ୍ର ପ୍ରଦେଶର ଆଲମାଣ୍ତା ଓ କଣ୍ଟାକାପ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ତେବେ ଏଦି ଦୁର୍ଘଟଣାରେ ୪ ରୁ ୫ଟି ବଚି ଲାଇନଚ୍ୟୁତ୍ ହୋଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ୯ ଜଣଙ୍କର ମୃତ୍ୟୁ ଏବଂ ୫୦ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆସଙ୍କା କରାଯାଉଛି । ଯାହାକୁ ନଜରରେ ରଖି ଓଡ଼ିଶା ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ଓଡ଼ିଶାରୁ ଗଲା ୪ଟି ଓଡ୍ରାଫ୍ ଟିମ୍ ଏବଂ ୧୯ ଜଣିଆ ଅଗ୍ନିଶମ ବାହିନୀ ।
As per instructions of Hon'ble CM, three ODRAF and one Fire team from Koraput have been dispatched to help at the site.
Passengers or relatives from Koraput may contact at +91-9937824752 for any help. https://t.co/TskpONlA3Z
— Collector and District Magistrate, Koraput (@dmkoraput) October 29, 2023
ଏନେଇ ସୂଚନା ଦେଇଛନ୍ତି କୋରାପୁଟ କଲେକ୍ଟର । ସେ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସେହିପରି କୋରପୁଟ୍ ଯାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ନମ୍ବରଟି ହେଲା-9937824752 ।
କୋରାପୁଟ୍ ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର- 9937824752












Click it and Unblock the Notifications