ହାତରୁୁ ଖସି ଫାଟିଲା ବାଣ, ଜଣେ ମୃତ ୬ ଆହତ

ଅମରାବତୀ: ଆଜି ଆଲୋକର ପର୍ବ ଦୀପାବଳୀ । ସାରା ଦେଶ ପାଳୁଛି ଏହି ପର୍ବ । ବର୍ତ୍ତମାନ ଆନ୍ଧ୍ରରୁ ଆସିଛି ଏକ ଦୁଖଦଃ ଖବର । ଆନ୍ଧ୍ରପ୍ରଦେଶର ଏଲୁରୁରେ ବାଣ ବିସ୍ଫୋରଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ଏକ ସିସିଟିଭି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଯେ ରାସ୍ତାରେ କିଛ ଲୋକ ଛିଡ଼ା ହୋଇ କଥା ହେଉଥିଲେ । ଏହି ସମୟରେ ଏକ ଦୁଇଜଣ ଲୋକ ସ୍କୁଟରରେ ସେହି ବାଟ ଦେଇ ଯାଉଥିଲେ ।

ସେମାନେ ହାତରେ ଏକ ପଲିଥିନ ବ୍ୟାଗରେ ବାଣ ନେଇ ଯାଉଥିଲେ । ସ୍କୁଟରଟି ଛି଼ଡ଼ା ହୋଇଥିବା ଲୋକମାନଙ୍କ ନିକଟ ଦେଇ ଅତିକ୍ରମ କରୁଥିବା ସମୟରେ ବ୍ୟାଗଟି ହଠାତ ଛିଣ୍ଡିପଡ଼ିବାରୁ ବାଣଗୁଡିକ ତଳେ ପଡ଼ିଯାଇଥିଲା, ଫଳରେ ସେଥିରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

Bomb Blast

ଘଟଣାର ତଦନ୍ତରୁ ଜଣାପଡିଛି ଯେ ଦୀପାବଳି ପାଇଁ ଏସବୁ ବାଣ ନିଆଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଛି । ସ୍କୁଟିରେ ବସିଥିବା ଜଣେ ଯୁବକଙ୍କ ବାଣ ବ୍ୟାଗ୍ ତଳକୁ ଖସିପଡ଼ିବାରୁ ଏହି ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛିଡ଼ା ହୋଇଥିବା ଲୋକମାନେ ଆହତ ହୋଇଛନ୍ତି । ପୂର୍ବରୁ ଏହି ଘଟଣା ଘଟିବା ପରେ ଧୂଆଁ ଯୋଗୁଁ ସ୍ଥିତି ସ୍ପଷ୍ଟ ହୋଇନଥିଲା। ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଦୀପାବଳି ବାଣ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+