ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୩ଟି ମାମଲାରେ ଜାମିନ ପ୍ରାଦନ କଲେ ହାଇକୋର୍ଟ
ହାଇଦ୍ରାବାଦ:ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ତିନୋଟି ମାମଲାରେ ମିଳିଛି ଜାମିନ୍ । ଆଉ ସେହି ମାମଲା ଗୁଡ଼ିକ ହେଉଛି ଇନର ରିଙ୍ଗ ରୋଡ ମାମଲା, ଅବକାରୀ ପଲିସ ମାମଲା ଏବଂ ବେଆଇନ ବାଲି ଖନନ ମାମଲା ବାଲି ନୀତି ମାମଲା ।
ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏହି ମାମଲାର ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସାଧାରଣ ସଭା ତଥା ମିଡିଆ ପ୍ଲାଟଫର୍ମ ଏବଂ କୌଣସି ସ୍ଥାନରେ ଏହି ମାମଲା ସହ ଜଡିତ ତଥ୍ୟ ଉଲ୍ଲେଖ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁଚନା ଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ ଏହି ମାମଲାରେ ସେପ୍ଟମ୍ବର ୯ ତାରିଖରେ ନାଇଡୁଙ୍କୁ ଗରିଫ କରାଯାଇଥିଲା ।

ସେ ରାଜନ୍ଦରୀ ସେଣ୍ଟ୍ରାଲ ଜେଲ୍ରେ ସେପ୍େଟମ୍ବର ୧୦ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦୀ ଥିଲେ ଦକ୍ଷତା ବିକାଶରେ ୩୦୦ କୋଟିର ଦୁର୍ନୀତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା ।












Click it and Unblock the Notifications