ୱକଫ ବୋର୍ଡ ଭଙ୍ଗ କଲେ ଆନ୍ଧ୍ର ପ୍ରଦେଶ ସରକାର

ୱକଫ ବୋର୍ଡକୁ ନେଇ ଚନ୍ଦ୍ରବାବୁ ନାୟଡୁଙ୍କ ନେତୃତ୍ୱାଧୀନ ସରକାର ଏକ ଆଦେଶ ଜାରି କରିଛନ୍ତି। ଯେଉଁଥିରେ ଷ୍ଟେଟ୍‌ ୱକଫ ବୋର୍ଡକୁ ଭଙ୍ଗ କରାଯାଇଥିବା ଘୋଷଣା ହୋଇଛି। ଗତ ୱାଇଏସଆର କଂଗ୍ରେସ ପାର୍ଟି ସରକାର କାଳରେ ୱକଫ ବୋର୍ଡ ଗଠନ ହୋଇଥିଲା। ଏଣୁ ଚନ୍ଦ୍ରବାବୁ ନାୟଡୁ ଗତ ସରକାରର ଜିଓ-୪୭କୁ ରଦ୍ଦ କରି ଜିଓ-୭୫ ଜାରି କରିଛନ୍ତି।

Andhra Pradesh

ରାଜ୍ୟ ସରକାର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ୱକଫ ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ ଥିଲା। ସେହି ସମୟରେ ୱକଫ ଗଠନ ଲାଗି ୨୦୨୩ ମସିହାରେ ସରକାରୀ ଆଦେଶର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଚାରାଧୀନ ମୋକଦ୍ଦମା କାରଣରୁ ଏକ ପ୍ରଶାସନିକ ଶୂନ୍ୟତା ସୃଷ୍ଟି ହୋଇଥିଲା। ଏଣୁ ଏ ନେଇ ଜାରି ଅଧିସୂଚନାରେ ଲେଖା ଯାଇଛି ଯେ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଆନ୍ଧ୍ରପ୍ରଦେଶ ରାଜ୍ୟ ୱକଫ ବୋର୍ଡ ଗଠନ ଲାଗି ଜାରି ଜିଓ ଏମଏସ ନମ୍ବର-୪୭କୁ ପ୍ରତ୍ୟାହାର କରୁଛନ୍ତି।

ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଏନ.ମହମ୍ମଦ ଫାରୁକ ନୂଆ ଆଦେଶ ଜିଓ-୭୫ର ଉଦ୍ଦେଶ୍ୟ ୱକଫ ବୋର୍ଡରେ ଶାସନ ସମ୍ପର୍କିତ ଶୂନ୍ୟତାକୁ ଦୂର କରିବା ବୋଲି କହିଛନ୍ତି। ସେ କହିଛନ୍ତି ସରକାର ନୂଆ ନିର୍ଦ୍ଦେଶ ଅନୁସାରେ ୱକଫ ସମ୍ପତ୍ତିର ସୁରକ୍ଷା ସଂଖ୍ୟାଲଘୁ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସଂକଳ୍ପବଦ୍ଧ। ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାୟଡୁଙ୍କ ନେତୃତ୍ୱରେ ଏନଡିଏର ସରକାର ରହିଛି। ବର୍ତ୍ତମାନର ଷୋଡ଼ଶ ବିଧାନସଭା ପାଇଁ ଗତ ମେ ମାସରେ ନିର୍ବାଚନ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+