ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ
Chandrababu Naidu Regular Bail Skill Development case: ଦକ୍ଷତା ବିକାଶ ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ପୂର୍ବତନ ସିଏମ୍ ନଭେମ୍ବର 28 ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗତମାସପେ ତାଙ୍କ ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀ ଚିକିତ୍ସା ଜାମିନ ଦିଆଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କୁ ୧ ଲକ୍ଷ ଟଙ୍କା ଜାମିନ ବଣ୍ତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏହା ତାଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ଟିଡିପି ମୁଖ୍ୟଙ୍କୁ ତାଙ୍କ ଚିକିତ୍ସାର ବିବରଣୀ ଏବଂ ଆତ୍ମସମର୍ପଣ ସମୟରେ ଏକ ସିଲ୍ କଭରରେ ସେଣ୍ଟ୍ରାଲ ଜେଲ ଅଧୀକ୍ଷକଙ୍କ ନିକଟରେ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ତାଙ୍କୁ ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ହେଲେ ସୂଚନା ରହିଛି ୟେ ଖୁବ୍ ଶୀଘ୍ର ନାଇଡୁ ତାଙ୍କ ଗିରଫଦାରୀ ଉପରେ ଏକ ବିବୃତ୍ତି ଦେବାର ସମ୍ଭାବନା ରହିଛି । ଚଳିତ ମାସ ୩୦ ତାରିଖରେ ଫାଇବର ନେଟ୍ ମାମଲାରେ ହୋଇଥିବା ଆବେଦନର ଶୁଣାଣି କରାଯିବ ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ।












Click it and Unblock the Notifications