ବଦଳିଲା ସରକାର, ଜଗନଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲ୍‌‌ଡୋଜର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ସରକାର ବଦଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ବର୍ତ୍ତମାନ କ୍ଷମତାରୁ ବହିଷ୍କୃତ ହୋଇଛନ୍ତି । ଏବଂ ବିରୋଧୀ ଦଳରେ ବସିଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଆସିଛନ୍ତି । ଆନ୍ଧ୍ରପ୍ରଦେଶରେ ଶାସକ ପରିବର୍ତ୍ତନ ହୋଇଛି , କିନ୍ତୁ ପ୍ରତିଶୋଧର ରାଜନୀତି ଜାରି ରହିଛି । ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୱାଇଏସଆର କଂଗ୍ରେସ ପାର୍ଟିର ଏକ ନିର୍ମାଣାଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି ।

ଗୁଣ୍ଟୁର ଜିଲାର ତାଡେପଲ୍ଲୀ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା । ଏହା ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଯାଇ ସ୍ଥାନୀୟ ଏନଏସି ପକ୍ଷରୁ ଏହାକୁ ଭାଙ୍ଗିଦିଆଯାଇଛି । ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡୀ ନିନ୍ଦା କରିବା ସହିତ ଚନ୍ଦ୍ରବାବୁ ନାଇଡୁ ଏକଚ୍ଛତ୍ରବାଦ ଶାସନର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ୱାଇଏସଆର କଂଗ୍ରେସର କାର୍ଯ୍ୟାଳୟ ଗୁଣ୍ଟୁର ଜିଲାର ତୋଡପଲ୍ଲୀ ମଣ୍ଡଳର ସୀତାନଗରମ ପରିସରରେ ରହିଛି ।

demolish YSRCP office building

ୱାଇଏସଆର ୮୭୦.୪୦ ବର୍ଗ ମିଟର ଜମି ବେଆଇନ ଭାବେ କବଜା କରି ରଖିଥିବା ଅଭିଯୋଗ ହୋଇଛି । ୱାଇଏସଆର ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ତଥାପି କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି । କୋର୍ଟ ଭାଙ୍ଗିବା ଉପରେ ରୋକ୍ ଳଗାଇଥିଲେ ମଧ୍ୟ ଅଫିସକୁ ଭାଙ୍ଗି ଚୁରମାର କରି ଦିଆଯାଏ । ରାଜ୍ୟ ଇତିହାସରେ ଏକ ପାର୍ଟି ଅଫିସ ଭାଙ୍ଗିବାର ଏହା ପ୍ରଥମ ଉଦାହରଣ । ଅନ୍ୟପଟେ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଜନସାଧାରଣ ।

ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଫେରିବା ପରେ ଜଗନମୋହନଙ୍କ ସରକାର ସମୟରେ ତାଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତିଶୋଧ ନେଇଛନ୍ତି ବୋଲି ଲୋକେ କହୁଛନ୍ତି । ୨୦୧୯ରେ ଚନ୍ଦ୍ରବାବୁଙ୍କ ଦଳ ପରାଜିତ ହୋଇଥିଲା । ୱାଇଏସଆର କଂଗ୍ରେସ କ୍ଷମତାକୁ ଆସିଥିଲା । ଏହା ପରେ ଜଗନମୋହନ ୨୦୧୯ ଜୁନ ୨୪ରେ ଚନ୍ଦ୍ରବାବୁଙ୍କ ବାସଭବନ ପ୍ରଜା ବେଦିକାକୁ ବୁଲଡୋଜର ଚଲାଇ ଭାଙ୍ଗିଥିଲେ । ସେତେବେଳେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା ଆନ୍ଧ୍ରପ୍ରଦେଶ ରାଜନୀତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+