ଆନ୍ଧ୍ର ଭୟଙ୍କର ବିସ୍ଫୋରଣ: ୬ ଓଡ଼ିଆ ଶ୍ରମିକ ମୃତ
ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ଆଜି ପୂର୍ବାହ୍ଣରେ ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୪ ଜଣ ଗଂଜାମ ଓ ଅନ୍ୟ ୨ ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ଦିଗପହଣ୍ଡିର ୪ ଜଣ ଓ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ୨ ଜଣ ଶ୍ରମିକ ବୋଲି ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।












Click it and Unblock the Notifications