ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ ରାମମୂର୍ତ୍ତିଙ୍କ ପରଲୋକ
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାନ ଭାଇ ଏବଂ ପୂର୍ବତନ ଟିଡିପି ବିଧାୟକ ରାମମୂର୍ତ୍ତି ନାଇଡୁଙ୍କ ପରଲୋକ । ୭୨ ବର୍ଷ ବୟସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ରାମମୂର୍ତ୍ତି ନାଇଡୁ । ଦୀର୍ଘ ଦିନ ଧରି ହୃଦରୋଗରେ ପୀଡ଼ିତ ଥିବା ରାମମୂର୍ତ୍ତିଙ୍କୁ ୩ ଦିନ ପୂର୍ବରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ ।
ମିଳିଥିବା ସୂଚନା ଅନୁସାରେ ରାମମୂର୍ତ୍ତି ନାଇଡୁଙ୍କ ଶେଷକୃତ୍ୟ ତାଙ୍କ ଗାଁ ନାରାଭାରିପାଲ୍ଲେରେ ନଭେମ୍ବର ୧୭ (ରବିବାର)ରେ ହେବ । ରାମମୂର୍ତ୍ତି ନାଇଡୁ ୧୯୯୪ରେ ଚନ୍ଦ୍ରଗିରି ବିଧାନସଭା ଆସନରୁ ଟିଡିପି ଟିକେଟ୍ରେ ଲଢ଼ି ନିର୍ବାଚିତ ହୋଇଥିଲେ । ସେ ତେଲୁଗୁ ଫିଲ୍ମ ପ୍ରଯୋଜକ ଏବଂ ଅଭିନେତା ନାରା ରୋହିତଙ୍କ ବାପା ।

ଯିଏ ନ୍ୟୁୟର୍କ ଫିଲ୍ମ ଏକାଡେମୀର ପୂର୍ବତନ ସଦସ୍ୟ । ସେପଟେ ରାମମୂର୍ତ୍ତି ନାଇଡୁଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଲୋକସଭା ସାଂସଦ ଡ.ସୁଧାକର କେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, 'ପ୍ରିୟର ଭାଇଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଁ ମୋର ସମବେଦନା ଜଣାଉଛି ।'












Click it and Unblock the Notifications