ଡଙ୍ଗାରେ ବିବାହ ବେଦୀକୁ ଗଲେ କନିଆ, ଭିଡିଓ ଭାଇରାଲ୍

ଆନ୍ଧ୍ର ପ୍ରଦେଶ କୋନାସିମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ବାହାଘର ଉତ୍ସବ। ଯେଉଁଠି କନିଆ ଡଙ୍ଗାରେ ବସି ବିବାହ ବେଦୀକୁ ଆସୁଚି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି ।

ଅମରାବତୀ: ଆପଣ ଆଜିକାଲି ବହୁତ୍ ଡେଷ୍ଟିନେଶନ ୱେଡିଂ କଥା ନିଶ୍ଚୟ ଶୁ। ଅନେକ ବିବାହ ଦିନ ଟିକୁ ଅଧିକ ସ୍ମରଣୀୟ କରିବା ପାଇଁ ଏଭଳି ଉପାୟ ଆପଣେଇ ଥାଆନ୍ତି। କିଏ ସମୁଦ୍ର କୂଳରେ ତ ଆଉ କିଏ ଉଡାଜାହାଜରେ ବାହା ହେଉଛି। କିନ୍ତୁ କେବେ ଡଙ୍ଗାରେ ବୋହୂ ଆସିବା କଥା ଶୁଣିଛନ୍ତି କି? ହୁଏତ ଆପଣ ପୂର୍ବରୁ ଏପରି କଥା ଶୁଣି ନଥିବେ । କିନ୍ତୁ ଆନ୍ଧ୍ର ପ୍ରଦେଶ କୋନାସିମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ବାହାଘର ଉତ୍ସବ। ଯେଉଁଠି କନିଆ ଡଙ୍ଗା ରେ ବସି ବିବାହ ବେଦୀକୁ ଆସୁଚି।

BOAT

ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ବନ୍ୟା ସ୍ଥିତି। ତେବେ କୋନସିମାର ପ୍ରଶାନ୍ତି ନାମ୍ମି ଯୁବତୀ ଅଶୋକଙ୍କ ସହ ବିବାହ କରିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ରାଜ୍ୟରେ ଅନେକ ଦିନ ହେବ ଲାଗିରହିଛି ବନ୍ୟା । ଏଭଳି ସ୍ଥିତି ଦେଖି ପରିବାର ଆସନ୍ତା ମାସରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରଶାନ୍ତି ଏବଂ ଅଶୋକ ଏହି ମାସରେ ହିଁ ବିବାହ କରିବେ ବୋଲି ପରିବାରକୁ ଅବଗତ କରାଇଥିଲେ । ଏଭଳି ସ୍ଥିତିରେ ବି ସେମାନେ ବିବାହ ପାଇଁ ରାଜି ବୋଲି କହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିବାହ ପ୍ଲାନ । କିପିରି କେଉଁ ସ୍ଥାନରେ ପହଞ୍ଚିଲେ ବିବାହ ସୁରୁଖୁରୁରେ ହୋଇପାରିବ । ଶେଷରେ ଡଙ୍ଗାରେ ବର ଘରକୁ ଯିବାକୁ ସ୍ଥିର କଲେ କନ୍ୟା ପକ୍ଷ ।

ଏହାପରେ ପ୍ରଶାନ୍ତି ନିଜ ପରିବାର ସହ ବୋହୂ ବେଶରେ ସଜେଇ ହୋଇ ବର ଅଶୋକଙ୍କ ଘରକୁ ଯାଉଥିଲେ। ତେବେ ପ୍ରଶାନ୍ତି ବନ୍ୟା ଜଳରେ ଡଙ୍ଗା ସାହାଯ୍ୟରେ ବର ଘରେ ପହଞ୍ଚିଥିଲେ। ରୀତି ନୀତି ଅନୁସାରେ ପରିବାରର ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବନ୍ୟା ଜଳରେ ଡଙ୍ଗାରେ କନିଆ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏଥିସହ ଏହାର ଭିଡିଓ ମଧ୍ୟ ବନାଉଥିଲେ ଲୋକେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଦୀର୍ଘ 36 ବର୍ଷ ପରେ ଏଭଳି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏରିଏଲ୍ ସର୍ଭେ କରି ବନ୍ୟା ସ୍ଥିତି ପରଖିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+