ପୁଣି ତିରୁପତି ମନ୍ଦିରରେ ଘଟଣା ; ଲଡୁ ବଣ୍ଟନ କେନ୍ଦ୍ରରେ ଅଗ୍ନିକାଣ୍ଡ
ଗତ କିଛି ଦିନ ତଳେ ତିରୁପତି ମନ୍ଦିରରେ ଦଳାଚକଟା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ସୋମବାର ଏକ ଅଘଟଣ ଘଟିଛି । ମାତ୍ର କିଛି ଦିନର ବ୍ୟବଧାନ ପରେ ତିରୁପତି ମନ୍ଦିରରେ ପୁଣି ଏକ ଦୁର୍ଘଟଣା ଘଟିଛି।

ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିରର ଲଡୁ ବଣ୍ଟନ କେନ୍ଦ୍ର ନିକଟରେ ଅଗ୍ନିକାଣ୍ଡ ଘଟିଛି। କାଉଣ୍ଟର ନିକଟରେ ପ୍ରବଳ ଭିଡ଼ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ବର୍ତ୍ତମାନ ପ୍ରଶାସନ ନିଆଁ ଲିଭାଇବାରେ ବ୍ୟସ୍ତ ଅଛି। ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଏହି ଘଟଣାଟି ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନମ ଉତ୍ସବ ସମୟରେ ଘଟିଥିଲା। ଏହି ଅବସରରେ ସାରା ଦେଶରୁ ହଜାର ହଜାର ଲୋକ ସେଠାରେ ପହଞ୍ଚିଛନ୍ତି।












Click it and Unblock the Notifications