ପୁଣି ଅଶାନ୍ତ ହେଲା ମଣିପୁର; ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁଙ୍କ ଘରେ ପଶିଲେ ହିଂସାକାରୀ, ବର୍ତ୍ତିଲେନି ମନ୍ତ୍ରୀ ଓ ବିଧାୟକ
ପୁଣି ଅଶାନ୍ତ ମଣିପୁର। ଅଣାୟତ ହେବାରେ ଲାଗିଛି ସ୍ଥିତି। ଜିବିରାମ ଜିଲ୍ଲାର ଏକ ନଦୀରୁ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ସ୍ଥିତି ଉପୁଜିଛି। ବିକ୍ଷୋଭକାରୀମାନେ ଶନିବାର ତିନି ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି।

ଏହା ପରେ ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି। ସେହିପରି କେତେକ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ଅଧିକାରୀମାନେ କହିଛନ୍ତି।
ସୂଚନା ମୁତାବକ, ବିକ୍ଷୋଭକାରୀମାନେ ଯେଉଁ ତିନି ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଜ୍ୱାଇଁଙ୍କ ଘର ବି ସାମିଲ ଅଛି। ବିକ୍ଷୋଭକାରୀମାନେ ତାଙ୍କ ଘର ଜାଳି ଦେଇଛନ୍ତି। ଏହାର ଜବାବରେ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ପାଇଁ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ସେହିପରି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିବାକୁ ବିକ୍ଷୋଭାକରୀମାନେ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇ ଦେଇଛନ୍ତି।












Click it and Unblock the Notifications