ପୁଣି ଅଶାନ୍ତ ହେଲା ମଣିପୁର; ୫ ଦିନ ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା
ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ବେକାବୁ ହୋଇଛି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଶିକ୍ଷାର୍ଥୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଏହାକୁ ଦୃଷ୍ଟିରେ ରଖି ପୂରା ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସେପ୍ଟେମ୍ବର ୧୫ ଯାଏ ଇଣ୍ଟରନେଟ ଶଟଡାଉନ ବଳବତ୍ତର ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଗୃହ ବିଭାଗ କହିଛି ଯେ ମଣିପୁର ସରକାର ସମସ୍ତ ପ୍ରକାରର ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦିନ ୩ଟାରୁ କଟକଣା ଲାଗୁ ହୋଇଥିବା ବେଳେ ରବିବାର ଦିନ ୩ଟା ଯାଏ ଏହା ବଳବତ୍ତର ରହିବ।
ବର୍ତ୍ତମାନ କିଛି ଅସାମାଜିକ ବ୍ୟକ୍ତି ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଛବି, ଘୃଣା ସୃଷ୍ଟିକାରୀ ବୟାନ ଓ ଭିଡିଓ ଶେୟାରି କରି ଲୋକଙ୍କୁ ଉସକାଉଛନ୍ତି। ବିଭାଜନକାରୀ ଓ ଗୁଜବ ମଧ୍ୟ ସୋଶାଲ ମିଡିଆ, ଏସଏମଏସ ଏବଂ ଡଙ୍ଗଲ ସେବାରେ ମଧ୍ୟରେ ଛଡ଼ା ଯାଉଛି। ଏହା ହିଂସା ସୃଷ୍ଟି କରିପାରେ। ଏଥିଯୋଗୁ ଧନଜୀବନ ନଷ୍ଟ ହୋଇପାରିବେ। ସାଂପ୍ରାଦାୟିକ ସଦଭାବନାକୁ କ୍ଷୁଣ୍ଣ ହେବାର ଆଶଙ୍କା ଥିବାରୁ ଇଣ୍ଟରନେଟ ଉପରେ କଟକଣା ଲଗା ଯାଇଛି।
ସେହିପରି ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ସମସ୍ତ ପ୍ରକାରର ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମଣିପୁରରେ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି।
ସୋମବାର ଅନେକ ସ୍କୁଲ ଓ କଲେଜର ଶିକ୍ଷାର୍ଥୀମାନେ ଇମ୍ଫାଲର Khwairamband ମହିଳା ମାର୍କେଟରେ କ୍ୟାମ୍ପ କରିଛନ୍ତି। ନିକଟରେ ହୋଇଥିବା ଡ୍ରୋନ ଓ ମିସାଇଲ ଆଟାକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ପାଇଁ ସେମାନେ ଦାବି କରୁଛନ୍ତି। ସେମାନେ ଆଜି ନିଜ ଦାବି ପୂରଣ ପାଇଁ ବିଟି ରୋଡ ଦେଇ ରାଜ ଭବନ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ହେଲେ କଂଗ୍ରେସ ଭବନ ନିକଟରେ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇ ଥିଲେ।












Click it and Unblock the Notifications