ପୁଣି ଅଶାନ୍ତ ମଣିପୁର, ସନ୍ଦିଗ୍ଧ ଜାଳି ଦେଲେ ୭୦ ଘର
ମଣିପୁର୍ରେ ପୁଣି ହିଂସା। ଏଠାକାର ଜିରିବାମ ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶନିବାର ଦୁଇଟି ପୁଲିସ ଆଉଟ୍ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍ ସହ ୭୦ଟି ଘର ଜାଳି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

ପୁଲିସ କହିବା ମୁତାବକ ସନ୍ଦିଗ୍ଧ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ସେମାନେ ପୁଲିସ୍ ଆଉଟ୍ପୋଷ୍ଟ ଓ ମେତେଇ ଗାଁରେ ଥିବା କିଛି ଘର ଉପରକୁ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ଜିଲ୍ଲାର ଲମତାଇ ଖୁନୋ ଏବଂ ମଧୁପୁର ପୁଲିସ ଆଉଟ୍ପୋଷ୍ଟକୁ ଆକ୍ରମଣ କରିଥିଲେ।
ଏହି ଘଟଣାର କିଛି ଘଣ୍ଟା ପରେ ଏସପିଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିରିବାମ ଏସପି ଘନଶ୍ୟାମ ଶର୍ମାଙ୍କୁ ମଣିପୁର ପୁଲିସ ଟ୍ରେନିଂ ମହାବିଦ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ପଦକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ଇନର୍ ମଣିପୁର ଲୋକସଭା ଆସନରୁ ନବ ନିର୍ବାଚିତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଏଜାମ ଜିରିବାମବାସୀଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।












Click it and Unblock the Notifications