ପୁଣି ହେବ କି ସର୍ଜିକାଲ ଷ୍ଟ୍ରାଇକ୍, ଜାଣନ୍ତୁ କିପରି ଅଛି ଜମ୍ମୁ-କାଶ୍ମୀରର ସ୍ଥିତି

Anantnag Encounter: ଗତ ୪ଦିନ ଧରି କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଥିରେ ତିନିଜଣ ବରିଷ୍ଠ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ 'The Resistance Front' ନିଜକୁ ଦାୟି କରିଛି । ଏହା ସେମାନଙ୍କ କମାଣ୍ତରଙ୍କ ମୃତ୍ୟୁ ପାଇଁ ପ୍ରତିଶୋଧ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ, ଏହି ଆକ୍ରମଣ ପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି । ଏହି ଘଟଣା ଠିକ୍ ଉରି ଆକ୍ରମଣ ପରି, ଏହା ପରେ ଭାରତୀୟ ସେନା ପାକିସ୍ତାନ ଅକ୍ତିଆର କରିଥିବା POK'ରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ହଟାଇ ଦେଇଥିଲା ।

Anantnag Encounter

ସୂଚନାଥାଉ ଯେ, ବିଗତ ୪ ଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କବାଦୀ ମାନେ । ଏହାର କଡ଼ା ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ ସୂଚନା ଅନୁସାରେ, ଆଜି ଆଉ ୨ ଆତଙ୍କବାଦୀ ନିପାତ ହୋଇଥିବା ନେଇ ସୂଚନା ରହିଛି । କାଶ୍ମୀର ପୋଲିସ ଜୋନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛି ଯେ, ବାରମୁ୍ଲ୍ଲା ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୋଲିସ ଓ ସେନା ମିଳିତ ଭାବେ ଅପରେସନ ଜାରି ରହିଛି ।

ସୂଚନାଥାଉ ଯେ, ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ବେଳେ ଆଦଙ୍କବାଦୀ ମାନେ ସେନା ଉପରେ ଆକ୍ରମଣ କରିଥିଲା । ସେହିପରି ରାଜୌରୀରେ ଗଲା ତିନି ଧରି ଚାଲିଥିବା ଅପରେସନରେ ସେନାର ସନ୍ଧାନୀ କୁକୁର କେଣ୍ଟ୍ ମଧ୍ୟ ସାମିଲ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ଭାରୀ ଗୁଳି ବର୍ଷା ଭିତରେ କୁକୁର କେଣ୍ଟ ପ୍ରାଣ ହରାଇବା ସହ 5 ଜଣ ଯବାନ ଗୁରୁତର ହୋଇଥିଲେ ।

ସୂଚନା ଥାଉ ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁରକ୍ଷାବାହିନୀର ଏନକାଉଁଣ୍ଟରରେ ୨୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ପିଟିଆଇ ତରଫରୁ ଏହି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+