୨୦ କିଲୋ ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ
ଗଣେଶ ଉତ୍କଳ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ 'ଲାଲବାଗ ରାଜା'ଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇ ଦିଆଯାଇଛି।

ଏଥର ବପ୍ପା ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ଏବଂ ତାଙ୍କ ମସ୍ତକରେ ଏକ ସୁନା ମୁକୁଟ ଲାଗିଥିବାର ଦେଖଯାଇଛି। ସୂଚନାନୁସାରେ ଏଥର ରିଲାଏନ୍ସ ଫାଉଣ୍ଡେସନ ଲାଲବାଗ ରାଜା ୨୦ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ପ୍ରଦାନ କରିଛି। ଏହି ମୁକୁଟର ମୂଲ୍ୟ ୧୬ କୋଟି ଟଙ୍କା ରହିଛି।
ଏହି ମୁକୁଟରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ମଧ୍ୟ ସଜ୍ଜିତ ରହିଛି। ପ୍ରତିବର୍ଷ ଅମ୍ବାନୀ ପରିବାର ଲାଲବାଗ ରାଜାଙ୍କୁ କୋଟି କୋଟି ଟଙ୍କା ଦାନ କରନ୍ତି। ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମୁକୁଟ ଦାନ କରିଛନ୍ତି।
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମଧ୍ୟ ଲାଲବାଗ ରଜା ସହିତ ବହୁତ ପୁରୁଣା ସମ୍ପର୍କ ରହିଛି। ଅନନ୍ତ ଅମ୍ବାନୀ ପ୍ରତିବର୍ଷ ଲାଲବାଗର ରାଜାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତି।












Click it and Unblock the Notifications