Get Updates
Get notified of breaking news, exclusive insights, and must-see stories!

ଏହି ତାରିଖର ହେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ

Anant Ambani And Radhika Merchant Wedding: ଦେଶର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚ୍ଚାଣ୍ଟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିକଟରେ ଉଭୟଙ୍କ ପ୍ରି-ୱେଡିଙ୍ଗ୍ କାର୍ଯ୍ୟକ୍ରମ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏବେ ଉଭୟଙ୍କ ବିବାହ କାର୍ଡ ମଧ୍ୟ ପ୍ରକାଶ ପାଇଛି।

ନ୍ୟୁଜ୍ ଏଜେନ୍ସି ANI ଟୁଇଟ୍ କରି ଏନେଇ ସୂଚନା ଦେଇଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ମୁମ୍ବାଇର BKC ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକା 12 ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଉଭୟଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ କରାଯିବ। ମୁଖ୍ୟ କାର୍ଯ୍ୟକ୍ରମ ଯଥା ଶୁଭ ବିବାହ 12 ଜୁଲାଇ 2024 ଶୁକ୍ରବାର ଦିନ ଆୟୋଜିତ ହେବ। ଏହା ପରେ 13 ଜୁଲାଇରେ ଶୁଭ ଆଶୀର୍ବାଦର ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Anant Ambani

14 ଜୁଲାଇ 2024 ରେ ବିବାହ ରିସେପ୍ସନ୍ ଆୟୋଜିତ ହେବାକୁ ଯାଉଛି। ଏହି ବିଶାଳ ବିବାହରେ ଦେଶ ତଥା ବିଶ୍ୱର ବହୁ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗ୍ରାଣ୍ଡ ବିବାହ ପାଇଁ ନିମନ୍ତ୍ରଣ ଅତିଥିମାନଙ୍କୁ ବଣ୍ଟନ କରାଯାଇଛି। ବ୍ୟବସାୟ, ରାଜନୀତି ଏବଂ ବଲିଉଡର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେବେ ।

ଅନନ୍ତ-ରାଧିକାଙ୍କ ବିବାହ ପୂର୍ବରୁ ଦୁଇଟି ପ୍ରି-ୱେଣ୍ତିଂର ଆୟୋଜନ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚରେ ଗୁଜୁରାଟ ଜାମନଗରରେ ଉଭୟଙ୍କର ପ୍ରଥମ ପ୍ରି-ୱେଣ୍ତିଂ ସେଲିବ୍ରେସନ କରାଯାଇଥିଲା । ଯେଉଁଥିରେ ମେଟା ସିଇଓ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଆଦି ଯୋଗ ଦେଇଥିଲେ ।

ଏଥିରେ ଗ୍ଲୋବାଲ୍ ପପ୍ ତାରକା ରିହାନା ମଧ୍ୟ ତାଙ୍କର ଚମତ୍କାର ଗୀତରେ ଦର୍ଶକଙ୍କ ମନ ଜିଣିଥିଲେ । ଇଟାଲୀ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବିଳାସପୂର୍ଣ୍ଣ କ୍ରୁଜରେ ଅନନ୍ତ ଏବଂ ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂ ସେଲିବ୍ରେଟ୍ କରାଯାଉଛି । ଏହି କାର୍ଯ୍ୟକ୍ରମ ମେ 29 ରୁ ଆରମ୍ଭ ହୋଇଛି ଏବଂ ମୋଟ ଚାରି ଦିନ ଚାଲିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+