ମ୍ୟାଚ୍‌ ପୂର୍ବରୁ ଓ୍ୱାଙ୍ଖେଡେରେ ବିସ୍ଫୋରଣ ଧମକ: ହ୍ୟାଣ୍ତଗ୍ରେନେଡ୍ ସହ ଫଟୋ ଟ୍ୟାଗ୍ କଲା ସନ୍ଦିଗ୍ଧ

World Cup 2023: ଆଜି ମୁମ୍ବାଇ ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲ୍ୟାଣ୍ତ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ହେବାକୁ ଯାଉଛି ହେଲେ ଏହା ପୂ୍ର୍ବରୁ ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ହେବା ନେଇ ମୁମ୍ବାଇ ପୋଲିସକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ କେହି ଜଣେ ଦୁର୍ବୃତ୍ତ ମୁମ୍ବାଇ ପୋଲିସ ଧମକ ଦେଇଛି ।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସ ଆକାଉଣ୍ଟକୁ ଟ୍ୟାଗ୍ କରି କେହି ଜଣେ ଜଣେ ଦୁର୍ବୃତ୍ତ ଧମକ ଦେଇଛି । ଆଜି ୱାଙ୍ଖଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ହ୍ୟାଣ୍ତଗ୍ରେନେଡ୍, ବନ୍ଧୁକ ଏବଂ ଗୁଳି ସହ ଫଟୋ ମଧ୍ୟ ଟ୍ୟାଗ୍ କରାଯାଇଛି । ଏଥିସହ ମ୍ୟାଚ୍ ଚାଲିଥିବା ବେଳେ ନିଆଁ ଲଗାଦେବାର ଧମକ ମଧ୍ୟ ଦିଆଯାଇଛି ।

ସୋସିଆଲ ମିଡିଆରେ ଏପରି ଧମକ ମିଳିବା ପରେ ସଜାଗ ହୋଇଯାଇଛି ମୁମ୍ବାଇ ପୋଲିସ । ୱାଙ୍ଖଡେ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଷ୍ଟାଡିୟମ ଚାରିପଟେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ପ୍ରାୟ 900 ପୋଲିସ ଫୋର୍ସ ୱାଙ୍ଖଡେ ଷ୍ଟାଡିଏମକୁ ଘେରି ରହିଛି । ଷ୍ଟାଡିୟମର 10ଟି ଗେଟ୍ ସାମ୍ନାରେ ପାର୍କିଂ ଉପରେ ରୋକ୍ ଲଗାଯାଇଛି ।

World Cup 2023

ସୂଚନାଥାଉ ଯେ, ସକାଳ 11ଟାରୁ ଦର୍ଶକ ଷ୍ଚାଡିୟମ ଭିତରକୁ ପ୍ରବେଶ କରିବାର ନିର୍ଦ୍ଦେଶ ରହିଛି । ଲୋକେ ପେନ୍, ପେନସିଲ୍,ମାର୍କର, ପେପର୍, ବ୍ୟାନର୍, ପୋଷ୍ଟର, ପାୱାର୍ ବ୍ୟାଙ୍ଗ୍, ତମାଖୁ ଆଜି ଷ୍ଟାଡିୟମ ଭିତରକୁ ନେଇ ପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+