ଆମେରିକାରେ ନିଖୋଜ ଭାରତୀୟ ଛାତ୍ର
ଆମେରିକାର ବର୍କଲିସ୍ଥିତ କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରୁଥିବା ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା ଫେବ୍ରୁଆରି ୯ ତାରିଖରୁ ନିଖୋଜ ଅଛନ୍ତି । ତାଙ୍କୁ ଶେଷଥର ପାଇଁ ବର୍କଲି ପାହାଡ଼ର ଆଞ୍ଜା ହ୍ରଦ ନିକଟରେ ଦେଖାଯାଇଥିଲା। ସାକେତ IIT ମାଡ୍ରାସର ପୂର୍ବତନ ଛାତ୍ର ହୋଇଥିବା ବେଳେ ଏବେ ସେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲେରେ ମାଷ୍ଟର୍ସ ଡିଗ୍ରୀ କରୁଥିଲେ । ଫେବ୍ରୁଆରୀ ୯ ତାରିଖରୁ ସେ ନିଖୋଜ ଅଛନ୍ତି ।
ସାକେତଙ୍କୁ ଶେଷଥର ପାଇଁ ବର୍କଲେ ହିଲ୍ସର ଲେକ୍ ଆଞ୍ଜା ନିକଟରେ ଦେଖିବାକୁ ମିଳିଥିଲା । ତେବେ ଟିଲଡେନ୍ ଆଞ୍ଚଳିକ ପାର୍କ ନିକଟସ୍ଥ ଏକ ଘର ସାମ୍ନାରୁ ସାକେତଙ୍କ ବ୍ୟାଗ୍ ମିଳିଛି, ଯେଉଁଥିରେ ତାଙ୍କର ପାସପୋର୍ଟ ଏବଂ ଲାପଟପ୍ ରହିଥିଲା । ଯାହାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ ।

ସାକେତଙ୍କ ସହପାଠୀ ବନିତ ସିଂ.ନିଖୋଜ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ମାମଲାରେ ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ସ୍ଥାନୀୟ ପୋଲିସ ଏବଂ ସାକେତଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସାକେତଙ୍କ ବିଷୟରେ ସୂଚନା ମିଳିଲେ, ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି ।












Click it and Unblock the Notifications