Pahalgam Terror Attack: ଆସନ୍ତାକାଲି ବସିପାରେ ସର୍ବଦଳୀୟ ବୈଠକ
ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ସର୍ବଦଳୀୟ ବୈଠକ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଅନ୍ୟ ଦଳର ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ଏବଂ ପାକିସ୍ତାନ ଉପରେ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି ଭାରତ ସରକାର ।
ସେହିପରି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି CCS ବୈଠକର । ଦିଲ୍ଲୀ ୭ ଲୋକକଲ୍ୟାଣ ମାର୍ଗ ବାସଭବନରେ ବସିଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

ଯେଉଁଥିରେ ବଡ଼ ନିଷ୍ପତ୍ତି ନିଆଯାଇଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି ନେଇଛି । ଅଟାରୀ-ୱାଘ ସୀମା ବନ୍ଦ ଘୋଷଣା କଲା ଭାରତ । ସେହିପରି ସପ୍ତାହେ ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ । ସେହିପରି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରାଯାଇଛି ।












Click it and Unblock the Notifications