ଆଇସକ୍ରିମରୁ ବିଛା ବାହାରିବା ଘଟଣା; ପ୍ରତିକ୍ରିୟା ଦେଲା ଅମୁଲ କମ୍ପାନୀ
ଗତକାଲି ନୋଏଡା ସେକ୍ଟର-୧୨ରେ ରହୁଥିବା ଦୀପା ପିଲାମାନେ ଆଇସ୍କ୍ରିମ ଖାଇବାକୁ ଅଳି କରିବାରୁ ସକାଳ ପ୍ରାୟ ୧୧ଟା ୨୬ରେ ଅନ୍ଲାଇନ୍ରେ ଅମୁଲ ଭାନିଲା ମ୍ୟାଜିକ୍ ଫ୍ଲେଭର ଆଇସ୍କ୍ରିମ ମଗାଇଥିଲେ । ଏହାର ଦାମ୍ ୧୯୫ ଟଙ୍କା ଥିଲା । କିଛି ସମୟପରେ ଡେଲିଭରୀ ବୟ ସେ ଅର୍ଡର କରିଥିବା ଆଇସ୍କ୍ରିମ ଆଣି ତାଙ୍କ ଘରେ ପହଞ୍ଚାଇଥିଲେ ।
ତେବେ ଆଇସ୍କ୍ରିମ ଡବା ଖୋଲିବା ପରେ ସେ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ମହିଳା ଜଣକ ଚକିତ ହୋଇପଡିଥିଲେ । ଆଇସିକ୍ରିମରୁ ବିଛା ବାହାରିବା ପରେ ସାରା ଦେଶରେ ଚହଳ ସୃଷ୍ଟ କରିଥିଲା । କାରଣ ନିକଟରେ ମୁମ୍ବାଇରେ ଏକ କୋନ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ଚର୍ଚ୍ଚାରେ ଥିଲା ।

ଗତକାଲି ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରୁ । ତେବେ ଗତକାଲି ଆକସିକ୍ରିମରୁ ବିଛା ବାହାରିବା ପରେ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, 'ମହିଳାଙ୍କ ସହିତ ଘଟିଥିବା ଏହି ଅସୁବିଧା ପାଇଁ ଆମେ ଦୁଃଖୀତ ଅଛୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେ ଗ୍ରାହକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ।
ଏହାପରେ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ମାଗିଥିଲୁ । ସେ ଅନୁମତି ଦେବାପରେ ଗ୍ରାହକଙ୍କୁ ଭେଟି ତାଙ୍କ ଠାରୁ ସେ ମଗାଇଥିବା ଆଇସ-କ୍ରିମ ଡବାକୁ ଫେରାଇ ଆଣିଥିଲୁ । କାରଣ ଏହାର ଠିକ ଭାବେ ଯାଞ୍ଚ କରାଯାଇପାରିବ । ମହିଳାଙ୍କ ଠାରୁ ଆଇକ୍ରିମ ଡବା ନଆଣିଥିଲେ ଘଟଣାର ଯାଞ୍ଚ ଠିକ ଭାବେ କରାଯାଇ ପାରି ନଥାଆନ୍ତା ।












Click it and Unblock the Notifications