ପଞ୍ଜାବ ବିଷାକ୍ତ ମଦ ପାନ ଘଟଣା,ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି
ପଞ୍ଜାବ ବିଷାକ୍ତ ମ ମଦ୍ୟପାନ ଜନିତ ମୃତ୍ୟୁ ଘଟଣାରେ ମୃତ୍ୟୁସଂଖ୍ୟା ଗତ ସଂଧ୍ୟା ସୁଦ୍ଧା ୨୩କୁ ବଦ୍ଧ ପାଇଥିଲା । ୧୩ଜଣ ଏବେ ବି ଚିକିତ୍ସାଧୀନ ଥୁବା ଜଣାପଡିଛି । । ଅମୃତସର ସିଭିଲ ସର୍ଜନ ଡକ୍ଟର କିରଣଦୀପ କହିଛନ୍ତି ମାଜିଥା ଏବଂ ସ୍ପ୍ରେ ୱାଲ୍ ଅଞ୍ଚଳର ୭ଟି ଗ୍ରାମରେ ଘରକୁଘର ବୁଲି ସର୍ଭେ କାର୍ଯ୍ୟ କରାଯାଇଛି । ଅମୃତସରର ର ମାଜିଥା ଅନ୍ତର୍ଗତ ୭ଟି ଗ୍ରାମରେ ଇଥାନଲରୁ ପ୍ରସ୍ତୁତ ବିଷାକ୍ତ ମଦ୍ୟପାନ ଯୋଗୁଁ ଏହି ଘଟଣା ଘଟିଥିଲା ।
ଏଥିରେ ଜଡିତ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତକାର୍ଯ୍ୟ ଏବେ ମଧ୍ୟ 'ଜାରି ରହିଛି ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଡିଜିପି ଗୌରବ ଯାଦବ ଏକ୍ସରେ ଲେଖିଛନ୍ତି , ୱାଟ୍ସଆପ୍ ଚ୍ୟାଟ୍ ହିଷ୍ଟ୍ରିରୁ ଜଣାପଡ଼ିଛି ଯେ,ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସାହିବ ସିଂହ ଋଷଭ ଜୈନଙ୍କ ସଂପର୍କରେ ଥିଲେ। ସନ୍ଦେହ କରାଯାଉଛି ଯେ, ଜୈନଙ୍କ ଠାରୁ ସାହିବ ସିଂହ ଏହି ଜିନିଷ ପାଇଥିଲେ,ଯାହା କି ପଞ୍ଜାବ ଅଞ୍ଚଳରେ ଅପମିଶ୍ରଣ ମଦର ଉତ୍ପାଦନ କରୁଥିଲେ।












Click it and Unblock the Notifications