Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ତରେ ଅମୃତପାଲ ସିଂ! ଗିରଫ ହେଲେ ଆଶ୍ରୟ ଦେଇଥିବା ମହିଳା

amritpal singh

ପଞ୍ଜାବ:ପଳାତକ ଘୋଷଣା କରାଯାଇଥିବା ଖାଲିସ୍ତାନୀ ନେତା ଅମୃତପାଲ ସିଂ ପଞ୍ଜାବରୁ ଖସି ଯାଇଥିବା ନେଇ ସୂଚନା ରହିଛି । ହରିୟାଣା ଦେଇ ଉତ୍ତରାଖଣ୍ତ ପଳାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । କାରଣ ହରିୟାଣା କୁରୁକ୍ଷେତ୍ର ଜିଲ୍ଲାରେ ଏକ ସିସିଟିଭିରୁ ଏହାର ପ୍ରମାଣ ମଧ୍ୟ ମିଳିଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୨୦ରେ କୁରୁକ୍ଷେତ୍ରରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା ଅମୃତପାଲ ସିଂ । ଆଶ୍ରୟ ଦେଇଥିବା ମହିଳାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଗିରଫ ହୋଇଥିବା ମହିଳା ଜଣକ ହେଲେ ବଲଜିତ କୌର । ବଲଜିତ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସେ କହିଛନ୍ତି, ଅମୃପାଲ ସିଂ ନିଜ ବେଶ ବଦଳାଇ ସାରିଛି । ଏପରିକି ସେ ନିଜ ପଗଡି ମଧ୍ୟ କାଢିଦେଇଛି ।

ମାର୍ଚ୍ଚ ୧୮ରୁ ଅମୃତପାଲ ସିଂକୁ ଧରିବା ପାଇଁ ଚେଷ୍ଟା କରାଯାଉଛି ହେଲେ ଏଯାଏଁ ମିଳିପାରୁ ନାହିଁ ସଫଳତା । ଫେରାର ହେବାର ପ୍ରଥମ ଦିନରେ ଖାଲିସ୍ତାନୀ ନେତା ନିଜ ସହଯୋଗୀଙ୍କ ସହ ଏକ ଜୁପିଟର ସ୍କୁଟିରେ ଲୁଧିଆନା ଦେଇ ପଟିଆଲାରେ ପହଞ୍ଚି ଥିଲେ ସେଠି ସେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ ପରେ ଉଭୟ ସ୍କୁଟିରେ ହରିୟାଣା କୁରୁକ୍ଷେତ୍ରରେ ଯାଇ ପହଞ୍ଚିଥିଲେ ଯେଉଁଠି ଉଭୟ ବଲଜୀତ କୌରଙ୍କ ଘରେ ଆଶ୍ରୟ ନେଇଥିଲେ । ଅମୃତପାଲଙ୍କ ସହଯୋଗୀ ପପଲପ୍ରିୟତ ସିଂ ପ୍ରଥମରୁ ହିଁ ବଲଜୀତ କୌରଙ୍କୁ ଜାଣିଥିଲେ । ଏହାରି ମଧ୍ୟରେ ଦେହରକ୍ଷୀଙ୍କ ସମେତ ୨୦୭ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଲଜୀତ କୌରଙ୍କ ଭାଇ ଅମୃତପାଲ ସିଂଙ୍କୁ ଚିହ୍ନିପାରିଥିଲେ । ହେଲେ ଏ ବିଷୟରେ କାହାକୁ ଖବର ନ ଦେବା ପାଇଁ ତାଙ୍କୁ କୁହାଯାଇଥିଲା । ଯାହା ପରେ ଅମୃତପାଲ ସିଂ ବଲଜୀତଙ୍କ ଭାଇଙ୍କ ଫୋନ ବ୍ୟବହାର କରି କିଛି କଲ କରିଥିଲେ । ପରେ ଅମୃତପାଲ ସିଂ ତାଙ୍କ ଫୋନରୁ ସବୁ ନମ୍ବର ଏବଂ ଚାଟ୍ ଡିଲେଟ୍ ମଧ୍ୟ କରିଦେଇଥିଲେ । ଖବର ଏହା ମଧ୍ୟ ରହିଛି ଯେ ବର୍ତ୍ତମାନ ପଳାତକ ଖାଲିସ୍ତାନୀ ନେତା ଅମୃପାଲ ସିଂ ପୋଲିସ ନଜରରୁ ବଞ୍ଚିବା ପାଇଁ ନୂଆ ଠିକଣା ସନ୍ଧାନରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+