ବେଶ ବଦଳାଇ ବୁଲୁଛି ଅମୃପାଲ ସିଂ, ୫ ଦିନ ହେଲାଣି ମିଳୁନି ପତ୍ତା
୫ ଦିନ ହୋଇଗଲାଣି ହେଲେ ଏ ପର୍ଯ୍ୟନ୍ତ ମିଳି ପାରୁନାହିଁ ଖାଲିସ୍ତାନୀ ନେତା ଅମୃପାଲ ସିଂର ପତ୍ତା । ପଞ୍ଜାବ ହରିଆଣା ଏବଂ ଆଖାପାଖ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ବେଶ ବଦଳାଇ ବୁଲୁଛି ଅମୃପାଲ ସିଂ

ପଞ୍ଜାବ:୫ ଦିନ ହୋଇଗଲାଣି ହେଲେ ଏ ପର୍ଯ୍ୟନ୍ତ ମିଳି ପାରୁନାହିଁ ଖାଲିସ୍ତାନୀ ନେତା ଅମୃପାଲ ସିଂର ପତ୍ତା । ପଞ୍ଜାବ ହରିଆଣା ଏବଂ ଆଖାପାଖ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଫ୍ଲାଗମାର୍ଗ । ଅମୃତପାଲ ସିଂହକୁ ଛାଡି ଦେଲେ ତାର ସହଯୋଗୀଙ୍କୁ ଗୋଟି ଗୋଟି କରି ଗିରଫ କରୁଛି ପୋଲିସ । ନିକଟରେ ଅମୃତପାଲ ସିଂହର ଡ୍ରାଇଭର ହରପ୍ରୀତ ଏବଂ ଦାଦା ହରଜିତ ମେହଟପୁରର ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ସନ୍ଦେହ କରାଯାଉଛି ଯେ, ଅମୃପାଲ ସିଂ ପୋଲିସ କବଳରୁ ବଞ୍ଚିବା ପାଇଁ ନିଜ ବେଶ ବଦଳାଇ ବୁଲୁଛି । ଯେଉଁଥିପାଇଁ ବର୍ତ୍ତମାନ ଅମୃପାଲ ସିଂର ଭିନ୍ନ ଭିନ୍ନ ଲୁକର ଫଟୋ ସୋସିଆଲ ମିଡିଆରେ ପୋଲିସ ପକ୍ଷରୁ ପୋଷ୍ଟ କରାଯାଇଛି । ଏହି ଫଟୋ ଦେଖାଇ ପୋଲିସ ଅମୃପାଲ ସିଂର ପତ୍ତା ଜାଣିବା ପାଇଁ ଚେଷ୍ଟା କରୁଛି । ପୋଲିସ ୭ଟି ଫଟୋ ଜାରି କରିଛି ।
ସୂଚନାଥାଉ ଯେ, ପଞ୍ଜାବ ପୋଲିସ ଉପରେ ବର୍ଷିଛନ୍ତି ହାଇକୋର୍ଟ । ହରିୟାଣା-ପଞ୍ଜାବ ହାଇକୋର୍ଟ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି । ଅପରେସନ୍ ଅମୃତପାଲର ବିଫଳତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ହାଇକୋର୍ଟ ପ୍ରଶ୍ନ କରିଛନ୍ତି, ୮୦ ହଜାର ପୋଲିସକର୍ମୀ ଥିବା ସତ୍ତ୍ୱେ ଅମୃତପାଲ କିଭଳି ଏପର୍ଯ୍ୟନ୍ତ ଫେରାର ଅଛି । ଏହା ପୋଲିସର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ପ୍ରମାଣ ବୋଲି କୋର୍ଟ କଡା ଭାଷାରେ କହିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ












Click it and Unblock the Notifications